ବାଲି ମାଫିଆଙ୍କ ଠାରୁ ଟଙ୍କା ନେବା ମହଙ୍ଗା ପଡିଲା , ଖଣି ଅଧିକାରୀଙ୍କୁ ନିଲମ୍ବିତ କଲେ ସରକାର



କେନ୍ଦ୍ରାପଡ଼ା, ୨୩ା୩: ବାଲି ମାଫିଆଙ୍କ ଠାରୁ ବାଲିଖାଦାନ ଚଳାଇବା ପାଇଁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଖଣି ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କେନ୍ଦ୍ରାପଡା ଖଣି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେଙ୍କ ମୁଖ୍ୟାଳୟ କନ୍ଧମାଳ ଜିଲାର ଫୁଲବାଣୀରେ ଥିବା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ସ୍ଥିର କରାଯାଇଛି। ଖଣି ଉପନିର୍ଦେଶକଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ। ନିଲମ୍ବନ ଅବଧି ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ ଭତ୍ତା ପ୍ରଦାନ କରାଯିବ ବୋଲି ନିର୍ଦେଶରେ ଉଲ୍ଲେଖ ରହିଛି। ସୂଚନା ଥାଉକି ଖଣି ଅଧିକାରୀ କେନ୍ଦ୍ରାପଡା ଜିଲାର ବନ୍ଦ ଥିବା ଏକ ବାଲି ଖାଦାନକୁ ଚଳାଇବା ପାଇଁ ଜଣେ ବାଲି ମାଫିଆଙ୍କ ଠାରୁ ୩ଲକ୍ଷ ଟଙ୍କା ଦାବି କରିଥିଲେ। ଏହାସହ ବିଭାଗୀୟ ମନ୍ତ୍ରୀଙ୍କ ପାଇଁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ। ମନ୍ତ୍ରୀ ଟଙ୍କା ନେଲେ ଖାଦାନ ଚଳାଇବା ପାଇଁ ଅନୁମତି ଦେବେ ବୋଲି କହିଥିବା ସେ ମାଫିଆଙ୍କୁ କହିଥିଲେ। ମାଫିଆ ଜଣଙ୍କ ପ୍ରଥମ ପର୍ଯ୍ୟାୟରେ ଖଣି ଅଧିକାରୀଙ୍କୁ ୫୦ହଜାର ଟଙ୍କା ଦେଇଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଫଳରେ ତାଙ୍କୁ ନିଲମ୍ବନ କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading