ମାଟିଆ ୟୁ ଜି ୟୁ ପି ସ୍କୁଲ ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ,ତା ୨୭/୩-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୋଲକ ବିହାରୀ ମଲ୍ଲିକଙ୍କ ପୈରହିତ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟବକ୍ତା, ୧୬ ନମ୍ବର ୱାର୍ଡ କାଉନସିଲର ସୁବାସ ଚନ୍ଦ୍ର ମଲ୍ଲିକ,ସି ଆର୍ ସି ସି ସଂଘମିତ୍ରା ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ଦଳାଇ ଓ ଅଶୋକ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉତ୍ତମ ଛାତ୍ରଛାତ୍ରୀ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ସଭା ପ୍ରାରମ୍ଭରେ ପରିଚାଳନା କମିଟି ସଭାପତି ଅଶୋକ ନାଥ ସ୍କୁଲର ଅଭାବ ଅସୁବିଧା ସଂପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। । ଏହି ଉତ୍ସବରେ ପ୍ରାୟ ୩୦ଟି ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷକ ଅନିରୁଦ୍ଧ ଦାସ ସ୍ୱାଗତଭାଷଣ ଓ ଉଦୟ ନାରାୟଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା । ଶେଷରେ ଶିକ୍ଷୟିତ୍ରୀ ଅଞ୍ଜଳି ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଉତ୍ସବ ଶେଷରେ ସ୍କୁଲ ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବକୁ ଶିକ୍ଷୟିତ୍ରୀ ସଂଗୀତା ଡାକୁଆ, ସସ୍ମିତା ଦାସ, ସ୍କୁଲ ପରିଚାଳନା କମିଟି ସଭ୍ୟ ପ୍ରଶାନ୍ତ ସାହୁ,ରାମଚନ୍ଦ୍ର ସେଠୀ ଦିନମଣି ସେଠୀ,ନିରୁପମା ବାରିକ ଇଲାରାନି ଜୀବନ ଦାଶ ପରିଚାଳନା କରିଥିଲେ  ।


Discover more from

Subscribe now to keep reading and get access to the full archive.

Continue reading