କେନ୍ଦ୍ରାପଡା,୩୦ା୩: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଊନବିଂଶ ବାର୍ଷିକ ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ସ୍ଥାନୀୟ ଗୌରୀଶଙ୍କର ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପୂର୍ଣ୍ଣନନ୍ଦ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ […]
Day: 30 March 2025
କେନ୍ଦ୍ରାପଡା,୩୦ା୩ : କେନ୍ଦ୍ରପଡା ଜିଲ୍ଲ ଓକିଲ ସଙ୍ଘ ନିର୍ବଚନ ଅନୁଷଠିତ ହୋଇଯାଇଛି। ଏଥିରେ ମମତାମୟୀ ସମଲ ଅତିରିକ୍ତ ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୨୦୨୩ ମସିହା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନରେ ମଧ୍ୟ ଶ୍ରୀମତୀ ସାମଲ କାର୍ଯ୍ୟକାରୀ କମିଟି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ। ସେ ଏକାଧାରରେ ଜଣେ ସମାଜସେବୀ, ରାଜନୀତିଜ୍ଞ, କ୍ରୀଡାବିତ ତଥା ଆଇନଜୀବୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। […]
କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି […]
କେନ୍ଦ୍ରାପଡ଼ା,୩୦ା୩ : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ଭକ୍ତମାନଙ୍କ ଗହଣରେ ହିନ୍ଦୁ ନବବର୍ଷର ପ୍ରାରମ୍ଭ ଦିବସରେ ବିଶ୍ୱସ୍ରଷ୍ଟାଙ୍କୁ ବିଶ୍ୱ ତଥା ସମସ୍ତଙ୍କର ମଙ୍ଗଳ ଓ ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏହି ଦିବସର ବୈଶିଷ୍ଟ ସମ୍ପର୍କରେ ଶ୍ରୀମା ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକ୍ରମାଦିତ୍ୟ ସମ୍ବତ୍ସର ଆରମ୍ଭ ଏବଂ ଧର୍ମରାଜ ଯୁଧିଷ୍ଟିରଙ୍କର […]










