ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ହିନ୍ଦୁ ଶୋଭାଯାତ୍ରା



ପଟ୍ଟାମୁଣ୍ଡାଇ ତା ୪/୪-ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ବିଶାଳ ହିନ୍ଦୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଗୋପୀନାଥ ତ୍ରିପାଠୀ ସମ୍ପାଦକ ଧୀରେନ୍ଦ୍ର ସାମଲ, କେନ୍ଦ୍ରାପଡ଼ା ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ରାଜନଗର ବିଜେପି ନେତା ଲଳିତ ବେହେରା, ବିଶ୍ୱହିନ୍ଦୁ ପରିଷଦ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ସଭାପତି ଦେବାଶିଷ ପଣ୍ଡା, କାର୍ଯ୍ୟକାରୀ ସଭାପତି ଅମ୍ବୁଜ ଭୂଷଣ ନାୟକ ( ନିକୁଆ), ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ପ୍ରଭାତ ତ୍ରିପାଠୀ, ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ, ଜିଲ୍ଲା ସୁରକ୍ଷା ପ୍ରମୁଖ ଲୋକନାଥ ଦାସ, ପଟ୍ଟାମୁଣ୍ଡାଇ ବଜରଙ୍ଗ ଦଳ ସଂଯୋଜକ ଶୁଭକାନ୍ତ ନାୟକ, ବରିଷ୍ଠ କର୍ମକର୍ତ୍ତା ରାଜେନ୍ଦ୍ର ଷଢଙ୍ଗୀ, ପବିତ୍ର ସ୍ୱାଇଁ, କାଁହୁ ଚରଣ ପରିଡା, ପଟ୍ଟାମୁଣ୍ଡାଇ ବିଜେପି ବରିଷ୍ଠ ନେତା ମିଟୁ ମନୋଜ ନାୟକ, କାଉନସିଲର ବିଦ୍ୟାଧର ସେଠୀ, ନଗର ବିଜେପି ସଭାପତି ଅଶୋକ ସାହୁ, ଅନ୍ତର୍ଯ୍ୟାମୀ ମଲିକ, ସମୀର ପାତ୍ର, ସଞ୍ଜୟ ସ୍ୱାଇଁ, ସୁଶାନ୍ତ ସାମଲ, ଯୋଗେନ୍ଦ୍ର ବେହେରା ପ୍ରମୁଖ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବିଜେପି ନେତା ଓ କର୍ମକର୍ତ୍ତା ମାନେ ବକ୍ତାରପୁର ଛକ ଠାରୁ ପ୍ରଭୁ ଶ୍ରୀରାମଙ୍କ ଏକ ସୁସଜ୍ଜିତ ରଥ ସହିତ ବିଶାଳ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ଵନି ଦେଇ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନ ଯଜ୍ଞ ସ୍ଥଳରେ ପହଂଚି ଥିଲେ । ଏହି ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିଲା । ଏହି ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading