ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ


ପଟ୍ଟାମୁଣ୍ଡାଇ,୨୫/୪- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର ଶାସନ ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ଶିବିର ଅନୁ‌ଷ୍ଠିତ ହୋଇଯାଇଛି। ଡାକ୍ତର ରଶ୍ମି ରଂଜନ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିରରେ ୧୦୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସମିତି ପକ୍ଷରୁ ନଗର ସଂକୀର୍ତ୍ତନ, ସଫେଇ, ଦୀପଦାନ, ଭଜନ ସହ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏଇ ଅବସରରେ ସମିତି ପକ୍ଷରୁ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତିଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସଂବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋପବଂଧୁ ନାୟକ, ସୁଷମା ମଲ୍ଲିକ , ରମେଶ ଚନ୍ଦ୍ର ଦାସ, ଗଗନ ବିହାରୀ ଭୂୟାଁ, ବିଜୟ କୁମାର ଆଚାର୍ଯ୍ୟ, ଗୌତମ କୁମାର ସେଠୀ, ଅର୍ଜୁନ ଚରଣ ସାହୁ, ବ୍ରଜ କିଶୋର ସାହୁ, ବସନ୍ତ ନାୟକ, ବିନୋଦିନୀ ଦାସ,ନିରୋଜିନୀ ଦାସ, , ପଦ୍ମାବତୀ ସାହୁ, ପ୍ରଗତି ସାହୁ, ଦୀପାଞଳି ପ୍ରଧାନ, ସ୍ଵାଗତିକା ପ୍ରଧାନ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading