ପଟ୍ଟାମୁଣ୍ଡାଇରେ ନାରଦ ଜୟନ୍ତୀ ଭ୍ରମାତ୍ମକ ଖବର ପରିବେଷଣ ସମାଜ ପାଇଁ କ୍ଷତିକାରକ


 


ପଟ୍ଟାମୁଣ୍ଡାଇ ୧୪/୫- ସାମ୍ପ୍ରତିକ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ବିଶେଷ ଉନ୍ନତି ହୋଇ ଥିବାରୁ ପ୍ରତି ମୁହୂର୍ତ୍ତର ଖବର କ୍ଷଣିକେ ପହଂଚି ଯାଉଛି I କିନ୍ତୁ ବହୁ ସମୟରେ ଦେଶ ଓ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ସମ୍ବଳିତ ଖବର ପ୍ରସାର ଫଳରେ ସମାଜର ଅଶେଷ କ୍ଷତି ସାଧିତ ହେଉଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶ୍ୱ ସମ୍ବାଦର ମୂଳ ସୂତ୍ରଧର ନାରଦ ମୁନିଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ନାରଦ ଜୟନ୍ତୀରେ ଯୋଗ ଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି I ଏହି ଜୟନ୍ତୀ ସଭାରେ ବିଶିଷ୍ଟ ଶିକ୍ଷାବିତ ଗାଳ୍ପିକ ପ୍ରଦୀପ ନାୟକ ମୁଖ୍ୟଅତିଥି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜିଲ୍ଲା ସହସଂଚାଳକ, ରାଷ୍ଟ୍ରୀୟ ବିଚାର ପ୍ରବକ୍ତା ବରିଷ୍ଠ ଆଇନିଜୀବି ସଞ୍ଜୟ ପତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶ୍ୱ ସାମ୍ବାଦିକତାର ଆଦ୍ୟ ଗୁରୁ ମହର୍ଷି ନାରଦ ମୁନିଙ୍କ ତତ୍କାଳୀନ ସାମ୍ବାଦିକତା ଓ ଆଜିର ସାମ୍ବାଦିକତା ମଧ୍ୟରେ ଥିବା ପ୍ରାର୍ଥକ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଗଠନମୂଳକ ସତ୍ୟ ଆଧାରିତ ସମାଜକଲ୍ୟାଣ ଧର୍ମୀ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ Iମାର୍ଗ ଦର୍ଶନ କରିଥିଲେ l ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ବିଭିନ୍ନ ବ୍ଲକର ଛାପା ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ I


Discover more from

Subscribe now to keep reading and get access to the full archive.

Continue reading