କେନ୍ଦ୍ରାପଡା ଜିଲ୍ଲା ପାଲାଗାୟକ ପରିଷଦର କର୍ମକର୍ତ୍ତା ଚୟନ



କେନ୍ଦ୍ରାପଡ଼ା, ୧୯/୫: କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତି ୩ବର୍ଷରେ ଥରେ ପରିବର୍ତ୍ତନ କରାଯାଇଥାଏ । ଏହି ଅବସରରେ ଗରାପୁର ସ୍ଥିତ ଗୋପାଳଜିୟୁ ମନ୍ଦିର ପରିସରରେ ୧୦୯ତମ ବୈଠକରେ ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଓଡିଶା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପାଲା ଗାୟକ ପରିଷଦର ଜିଲ୍ଲା, ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ପ୍ରତିନିଧିମାନଙ୍କୁ ସରକାରୀ ସ୍ତରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ସ୍ଥାୟୀ ସଭାପତି ଭାବରେ ଗାୟକ ଲକ୍ଷ୍ମୀଧର ରାଉତ, ପର୍ଶୁୁରାମ ପଣ୍ଡା, ବିଶ୍ୱମ୍ବର ନନ୍ଦ, ଚିନ୍ମୟ ଦାଶ ହୋଇଥିବା ବେଳେ ସଭାପତି ବସନ୍ତ କୁମାର ବେହେରା, ଉପ ସଭାପତି ସୁରେନ୍ଦ୍ର ନାଥ ଶତପଥି, ସମ୍ପଦକ ବିଶ୍ୱମ୍ବର ପ୍ରସାଦ ରଣା, ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ କ୍ଷିରୋଦ ଚନ୍ଦ୍ର ନାଥ, ସଂଗଠକ ସମ୍ପାଦକ ସଦାଶିବ ପଣ୍ଡିତ୍ରା, ସାଂସ୍କୃତିକ ସମ୍ପାଦକ ପ୍ରସନ୍ନ କୁମାର ଦାସ, ଯୁକ୍ତି ଅର୍ଥ ସମ୍ପାଦକ ଅଲେଖ ଚନ୍ଦ୍ର ଦାଶ ହୋଇଛନ୍ତି । ସେହିପରି ବ୍ଲକ ପ୍ରତିନିଧି ଭାବରେ କେନ୍ଦ୍ରାପଡାର ଶରତ ଚନ୍ଦ୍ର ସ୍ୱାଇଁ, ପଟ୍ଟାମୁଣ୍ଡାଇ ଅଲେଖ ଚନ୍ଦ୍ର ଦାଶ, ଡେରାବିଶର ସଦାଶୀବ ପରିଡା, ଆଳିର ପ୍ରତାପ ଚନ୍ଦ୍ର ରଥ, ରାଜକନିଆର ରଞ୍ଜିତା ବେହେରା, ରାଜନଗର ଭଗବତୀ ବେହେରା, ମାର୍ଶାଘାଇର ସୁରେନ୍ଦ୍ର ଶତପଥି, ମହାକାଳପଡାର ବିଷ୍ଣୁ ଚରଣ ଆଚାର୍ଯ୍ୟ, ଗରଦପୁରର ଭଞ୍ଜ କିଶୋର ମହାରଣା ଚୟନ କରାଯାଇଥିଲା । ଏହାପରେ ବହୁ ସଦସ୍ୟ ଓ ଜିଲ୍ଲାର ନିର୍ବାଚିତ ପ୍ରତିନଧିମାନେ ଜିଲ୍ଲାପାଳ କାର୍ଯ୍ୟଳୟକୁ ଯାଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading