ସମାଜସେବୀ ମହେଶ୍ୱର ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା



ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ବ୍ଲକ ୧୭ନ ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳଙ୍କ ପିତା ସମାଜସେବୀ ମହେଶ୍ୱର ବିଶ୍ୱାଳଙ୍କ ଏକାଦଶାହ ଅବସରରେ ସୁଜନପୁର ଠାରେ ରବିବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ରାଜନଗର ବିଧାୟକ ଧୁବ ସାହୁ, ପୂର୍ବତନ ବିଧାୟକ କିଶୋର ତରାଇ,ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଳିତା ଦାସ ଉପାଧ୍ୟକ୍ଷ ଭୀଷ୍ମ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅରୁଣ ସାହୁ, ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ପଣ୍ଡା, ରାଜନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ, ଚନ୍ଦନ ନଗର ସମବାୟ ସମିତି ସଭାପତି ସୁରେଶ ପଣ୍ଡା,ବରିଷ୍ଠ ନେତା ଅମ୍ବଲ୍ୟ ପ୍ରଧାନ, ଧରଣୀଧର ଭୂୟାଁ ପାରେଶ୍ୱର ସେଠୀ, ଯୁବନେତା ସତ୍ୟରଞ୍ଜନ ସାମଲ ଓ ଅବିନାଶ ଲେଙ୍କା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜ୍ୟୟ ସ୍ୱାଇଁ, ଶ୍ରୀକାନ୍ତ ସାହୁ,ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ,ଦିହୁଡିପୁର ସରପଂଚ ନରେଶ ମଲ୍ଲିକ, ବଡ଼ପଡା ପୂର୍ବତନ ସରପଂଚ କୌଳାସ ସିଂହ,ଚନ୍ଦନନଗର ସମିତି ସଭ୍ୟ ମାନସ ମଲ୍ଲିକ, ବିଲିକଣା ପୂର୍ବତନ ସରପଞ ବିଜୟ ରାଉତ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ଭଞ୍ଜନ ବିଶ୍ୱାଳ ଅଲେଖ ବିଶ୍ୱାଳ, ପ୍ରମୋଦ ପାତ୍ର ନୟନ ଗିରି, ଦିଲ୍ଲୀପ ଖଟୁଆ, ସୂର୍ଯ୍ୟ କାନ୍ତ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading