ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର,



କେନ୍ଦ୍ରାପଡା ୧୬/୬- କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ଓଁଳାଡିହା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁ ନିକଟ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରର ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଓଁଳାଡିହା ଗାଁର କାଜଲ ମହାନ୍ତି (୪୦) । ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ ପହଞ୍ଚି ଝିଅଟି ଘଟଣା ବିଷୟରେ ଜଣାଇବା ପରେ ଗାଁ ଲୋକେ ଏକାଠି ହୋଇ ପାନିଆଯୋର ଭିତରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ନଦୀ କୂଳରେ ଯିବାକୁ ଭୟ କରୁଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Discover more from

Subscribe now to keep reading and get access to the full archive.

Continue reading