ଶ୍ରୀବଳଦେବଜିଉଙ୍କ ‘ତୁଳସି ରସିଆ’ ନୃତ୍ୟରେ ଭାବ ବିହୋଳିତ ହେଲେ ଦର୍ଶକ ,


  • ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ସାଂସ୍କୃତିକ ସଂନ୍ଧ୍ୟାରେ ଫିଟ ଅଫ ଫାୟାର ଏକାଡେମୀର ନୃତ୍ୟ
  • ଚିତାର୍କଶକ ଥିଲା ନୃତ୍ୟ ମାଧ୍ୟମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି


ପଟ୍ଟାମୁଣ୍ଡାଇ ୧୯/୬ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ତଥା ଜିଲ୍ଲା ସ୍ତରୀୟ ବିକାଶ ମେଳା ଅବସରରେ ପ୍ରତ୍ୟକ ସନ୍ଧ୍ୟାରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଚିତାକର୍ଶକ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀର କଳାକାର ମାନେ ପାରଂପରିକ ଓ ସାମାଜିକ ଲୋକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ ।
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୫ ଉତ୍ସବର ୫ମ ସଂନ୍ଧ୍ୟା କାର୍ଯ୍ୟକ୍ରମ କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମାଉସୀମା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ ସଂଧ୍ୟାରେ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀର କଳାକାର ମାନେ ପାରଂପରିକ ଓ ସାମାଜିକ ଲୋକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ। ଏହି ଡ୍ୟାନ୍ସ ଏକାଡେମୀର କଳାକାର ମାନେ ପ୍ରଥମ ଅର୍ଘ୍ୟରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ବଳଦେବଜିଉଙ୍କ ‘ତୁଳସି ରସିଆ’ ନୃତ୍ୟ ପରିବେଶଣ କରିଥିଲେ । ଯାହାକୁ ଦେଖି ଦର୍ଶକ ଭାବ ବିହୋଳିତ ହୋଇଥିଲେ । ଦ୍ୱିତୀୟ ଆକର୍ଷଣରେ ପହଲଗ୍ରାମରେ ଆତଙ୍କବାଦ ଆକ୍ରମଣର ସହିଦଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ନୃତ୍ୟକୁ କଥା କଥନ ଶୈଳୀରେ ଅତି ସୁନ୍ଦର ଭାବରେ ପରିବେଷଣ କରି ପ୍ରସଙ୍ଗ ସହିତ ଅତି ଚମତ୍କାର ଢଙ୍ଗରେ ନୃତ୍ୟ ମାଧ୍ୟମରେ ବ୍ୟାଖ୍ୟା କରାଇଥିଲେ। ଯାହା ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇଥିଲା । ଶେଷରେ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆତ୍ମୀୟଜନଙ୍କୁ ସ୍ୱାତନାର ଭାବାର୍ଥପୂର୍ଣ୍ଣ ନୃତ୍ୟ ଓ ଚମତ୍କାର ଉପସ୍ଥାପନା ଦର୍ଶକଙ୍କୁ ବିଭୋର କରିଥିଲା। ଏହାକୁ ମଂଚସ୍ଥ କରିଥିଲେ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡ଼େମୀ ଶିଳ୍ପୀମାନେ। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ପ୍ରଶାନ୍ତ ପାତ୍ର। ଏକାଡ଼େମୀ ସଭାପତି କୁଂଜ ବିହାରୀ ତ୍ର୍ରିିପାଠୀ ଓ ସମ୍ପାଦକ ପ୍ରଦ୍ୟୁମ୍ନ ଗିରି ଉପସ୍ଥିତି ରହି କଳାକଳମାନଙ୍କ ମନବଳ ବଢାଇଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଏକାଡେମିର ସଭାପତି, ସମ୍ପାଦକ, ନୃତ୍ୟଗୁରୁ ଓ କଳାକାର ମାନଙ୍କୁ ମାନପତ୍ର ପୁଷ୍ପ ମାଲ୍ୟ ସହ ଟ୍ରଫି ପ୍ରଦାନ କରିଥିଲେ ।