ମଧ୍ୟହ୍ନ ଭୋଜନରେ ଅବହେଳା ନେଇ ଅସନ୍ତୋଷ


ପଂଚାୟତ ଉନ୍ନତିକରଣ ସୂଚକାଙ୍କ ୨.୦ କର୍ମଶାଳା ଉଦଯାପିତ


ପଟ୍ଟାମୁଣ୍ଡାଇ ୧୧/୭– ଆଗାମୀ ଦୁଇ ହଜାର ତିରିଶି ସୁଦ୍ଧା ଦୀର୍ଘ ସ୍ଥାୟୀ ଯୋଜନା ମାଧ୍ୟମରେ ଆଗାମୀ ପିଢ଼ିକୁ ସମସ୍ତ ସୁରକ୍ଷା ପ୍ରଦାନ ଲକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସମ୍ମିଳନୀ କକ୍ଷରେ ତାଲିମ ଶିବିର ୨ଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପଂଚାୟତର ଆଗ ଧାଡ଼ିର ଯୋଦ୍ଧା ଯଥା- ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ,ସରପଂଚ, ଜିଆରଏସ,ଏମବିକେ ,ପିଇଓ, ଗ୍ରାମସେବକ ଭଳି ପଂଚାୟତର ଯୋଦ୍ଧା ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଭାଗନେବାକୁ ଆସିଥିବା କମକର୍ତୀ ଓ ଅନ୍ୟମାନଙ୍କ ପାଇଁ ମଧ୍ୟହ୍ନ ଭୋଜନର ବ୍ୟବସ୍ଥା ହୋଇଥିବା ବେଳେ ଆଶା, ଅଙ୍ଗନବାଡି କର୍ମୀ ମାନଙ୍କୁ ଏକ ହୋଟେଲରେ ଟୁକନ ବ୍ୟବସ୍ଥା କରାଯାଇ ରାସ୍ତାରେ ଖାଇବାକୁ ଦିଆଯାଇ ଥିବା ବେଳେ ଅଙ୍ଗନବାଡି କର୍ମୀ ଖାଦ୍ୟ ଖାଇବା ପରିବର୍ତେ ଅସନ୍ତୋଷ ପ୍ରକାଶ କରି ଚାଲିଯାଇଥିଲେ । ଭାଜପା ସରକାରରେ ମାଙ୍କୁ ସମ୍ମାନ ନାରା ଦେବା ଓ ଆଶା ଅଙ୍ଗନବାଡି ମା ମାନଙ୍କୁ ବାହାର ରାସ୍ତାରେ ହିନ ଦୃଷ୍ଠିରେ ଖାଇବା ଦେବା କେତେ ଯୁକ୍ତିଯୁକ୍ତ ତାକୁନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଛି ।
ପଟ୍ଟାମୁଣ୍ଡାଇ ଭାରାପ୍ରାପ୍ତ ଜିପିଡିଓ ରଂଜିତ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ବିଡିଓ ଅଶୋକ ମହାନ୍ତି, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ, , ସିପି ପ୍ରିୟ ରଞ୍ଜନ ସ୍ୱାଇଁ ଯୋଗ ଦେଇ କର୍ମଶାଳାର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏସଆଇଆରଡି ତାଲିମପ୍ରାପ୍ତ ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ଓ ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ବିଭିନ୍ନ ବିଭାଗର ସୂଚକାଙ୍କ ପୂରଣ କରି ଶ୍ରେଷ୍ଠ ପଂଚାୟତ ଓ ୱାର୍ଡ ଗଠନ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ., ଅଙ୍ଗନବାଡିକର୍ମୀ, ଆଶାକର୍ମୀ ଓ ସମସ୍ତ ଲାଇନ ଡିପାର୍ଟମେଂଟର କ୍ଷେତ୍ରିୟ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଯୋଗ ଦେଇଥିବା ରିସୋର୍ସ ପରସନମାନେ ବିଭିନ୍ନ ଇଣ୍ଡେକ୍ସ ଉପରେ ଆଲୋଚନା କରିଥିଲେ ।
ଅନ୍ୟପକ୍ଷରେ ଏହି କର୍ମଶାଳାରେ ଭାଗନେବାକୁ ଆସିଥିବା କମକର୍ତୀ ଓ ଅନ୍ୟମାନଙ୍କ ପାଇଁ ମଧ୍ୟହ୍ନ ଭୋଜନର ବ୍ୟବସ୍ଥା ହୋଇଥିବା ବେଳେ ଆଶା, ଅଙ୍ଗନବାଡି କର୍ମୀ ମାନଙ୍କୁ ଏକ ହୋଟେଲରେ ଟୁକନ ବ୍ୟବସ୍ଥା କରାଯାଇଥିଲା । ହୋଟେଲରୁ ଖାଦ୍ୟ ଆସି ରାଜିବଗାନ୍ଧି ସେବା କେନ୍ଦ୍ର ନିକଟରେ ପରସା ଯାଇଥିଲା । ମାତ୍ର ସେଠାରେ ବସି ଖାଇବାଲାଗି କୌଣସି ବ୍ୟବସ୍ଥା କରାଯାଇନଥିଲା । ବହୁ ଅଙ୍ଗନବାଡି କର୍ମୀ ଖାଦ୍ୟ ଖାଇବା ପରିବର୍ତେ ଆସନ୍ତୋଷ ପ୍ରକାଶ କରି ଚାଲି ଯାଇଥିଲେ ବୋଲି ନିଜ ନାମ ଗୋପନ ରଖି କହିଛନ୍ତି । ଅନ୍ୟ କେତେ ଜଣ କଲୋନିର ଅପରିଷ୍କାର ରାସ୍ତାରେ ବାସି ଖାଇଥିଲେ । କର୍ମଶାଳାକୁ ଆସିଥିବା ଅଙ୍ଗନବାଡି କର୍ମଚାରୀଙ୍କୁ ଏପରି ଅଣଦେଖା କରାଯାଇଥିବାରୁ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁ ନିର୍ଦ୍ଦେଶ କରିଛି । ଏନେଇ ବ୍ଲକ ଅଧ୍ୟକ୍ଷ ସାମନ୍ତରାୟଙ୍କୁ ପଚାରିବାରେ ଏହା ଜାଣିବାକୁ ପାଇଲି ପଚାରି ବୁଝିବି ବୋଲି କହିଥିଲେ ।


Leave a Reply

Your email address will not be published. Required fields are marked *

Next Post

ଓଡ଼ିଶୀ ନୃତ୍ୟଗୁରୁ ସୁଶ୍ରୀ ଭାନୁପ୍ରିୟାଙ୍କୁ ବଙ୍ଗରତ୍ନ ସମ୍ମାନ

Sat Jul 12 , 2025
କେନ୍ଦ୍ରାପଡ଼ା,୧୧/୭: ଓଡ଼ିଶୀ ନୃତ୍ୟଗୁରୁ କେନ୍ଦ୍ରାପଡ଼ା ମାଟିର ଝିଅ ଭାନୁପ୍ରିୟା ଖଟୁଆଙ୍କୁ ବଙ୍ଗରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ସରକାରଙ୍କ ଅଧିନସ୍ଥ କଲଚରାଲ ଡ଼େଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମବଙ୍ଗର କୋଲକାତା ଠାରେ ଆୟୋଜିତ ଆନ୍ତର୍ଜାତୀୟ ମେଗା ସୁପରକ୍ଲାସ୍ ଡ଼୍ୟାନ୍ସ ଓ ମ୍ୟୁଜିକ୍ ଫେଷ୍ଟିଭାଲ ରେ ସୁଶ୍ରୀ ଭାନୁପ୍ରିୟାଙ୍କୁ ଏହି ସମ୍ମାନ ମିଳିଛି । କେନ୍ଦ୍ରାପଡ଼ାର ସର୍ବପ୍ରାଚୀନ ଗୋକୁଳ ଚନ୍ଦ୍ର ସଂଗୀତ ସଦନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିବା ସୁଶ୍ରୀ ଭାନୁପ୍ରିୟା […]

You May Like