ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ଲାଗି , ଅଗଷ୍ଟ ୨ରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ , ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ.


କେନ୍ଦ୍ରାପଡ଼ା, ୩୦.୭. କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ସେବା ବନ୍ଦ ରହିବ । କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥିବା ସାପ ସଫ୍ଟୱେର ବଦଳରେ ଡାକ ବିଭାଗ ନିଜସ୍ୱ ଜ୍ଞାନକୌଶଳରେ ଆଇଟି ୨.୦ ସଫ୍ଟୱେର ପ୍ରଚଳନ କରିବାକୁ ଯାଉଛି । ଆସନ୍ତା ୪ ଅଗଷ୍ଟରେ ଏହି ସଫ୍ଟୱେର କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅନ୍ତର୍ଗତ ସମସ୍ତ ଉପ ଡାକ ଘର ଏବଂ ଶାଖା ଡାକ ଘରରେ ପ୍ରଚଳିତ କରିବାକୁ ବିଭାଗ ନିର୍ଦ୍ଦେଶନାମା ଜାରୀ କରିଛି । ଏ ନେଇ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ପକ୍ଷରୁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୪ ଅଗଷ୍ଟରୁ ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ହେବ । ଏଣୁ ବିଭାଗର ନିର୍ଦ୍ଦେଶ କ୍ରମେ ବୈଷୟିକ କାରଣରୁ ଆସନ୍ତା ୨ ଅଗଷ୍ଟ ଅର୍ଥାତ ଶନିବାର ଦିନ ଡାକ ସେବା ବନ୍ଦ ରହିବ । ଜନସାଧାରଣ ସମେତ ସମସ୍ତ ଗ୍ରାହକ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ସହଯୋଗ କରିବାକୁ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ତରଫରୁ ଅନୁରୋଧ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading