ପଟ୍ଟାମୁଣ୍ଡାଇ ୩୦/୭ – ରାଜନଗର ନିର୍ବାଚନମଣ୍ଡଳୀର ଟାଣୁଆ ଯୁବନେତା ପଟ୍ଟାମୁଣ୍ଡାଇ ପୌର ପରିଷଦ ୧୫ନଂ ୱାର୍ଡ କାଉନସିଲର ଅଳଭା ଗ୍ରାମର ସମ୍ରାଟ ଜେନାଙ୍କୁ ଅଖିଳ ଭାରତ ଯୁବକଂଗ୍ରେସ ସମ୍ପାଦକ ଭାବେ ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ ) କେସି ବେଣୁଗୋପାଳ ନିଯୁକ୍ତି ଦେଇଛନ୍ତି ।ଏଥି ପାଇଁ ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ, ପିସିସି ସଭ୍ୟ ସଞ୍ଜୟ ରାଉତ, ରାଜନଗର କଂଗ୍ରେସ ପ୍ରାର୍ଥୀ […]
Day: 31 July 2025
ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବୃଦ୍ଧି କରିଛି ।ଆଜି ସକାଳ ଠାରୁ ଲଗାଣବର୍ଷା ଲାଗି ରହିଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି । ଆଜି କେନ୍ଦ୍ରାପଡ଼ା […]
କେନ୍ଦ୍ରାପଡ଼ା, ୩୦/୭.- ଟ୍ରାଫିକ ନିୟମର କଡ଼ାକଡ଼ି ଅନୁପାଳନ ଓ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ରୋକା ଯାଇପାରିବ ବୋଲି ବୁଧବାର କେନ୍ଦ୍ରାପଡା ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ନିରାପତା କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କମିଟି ବୈଠକରେ ଜିଲାର ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା, ଗମନାଗମନ, […]
କେନ୍ଦ୍ରାପଡ଼ା, ୩୦.୭. କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ସେବା ବନ୍ଦ ରହିବ । କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥିବା ସାପ ସଫ୍ଟୱେର ବଦଳରେ ଡାକ ବିଭାଗ ନିଜସ୍ୱ ଜ୍ଞାନକୌଶଳରେ ଆଇଟି ୨.୦ […]










