
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଶାସକ ବିଜେପି ଟିମ I କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ସେଠୀ, କେନ୍ଦ୍ରାପଡ଼ା ବିଧାନସଭା ସଭା ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ପୂର୍ବତନ ସାଂସଦ ଅର୍ଚନା ନାୟକ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ନାରୀନେତ୍ରୀ କାନନବାଳା ଦାସ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଉପିନ ରାଉତ ଓ ଅମିତାଭ ସୁଆର, ସମ୍ପାଦକ ଚନ୍ଦନ ପାତ୍ର, ଯୁବନେତା ଅଭିଷେକ ଦାସ ଓ ସ୍ୱାଗତ ଦାସ ପ୍ରମୁଖ ବିଜେପି ନେତାମାନେ ମୃତା ଛାତ୍ରୀଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ଉପଯୁକ୍ତ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ଠାରେ ଦାବୀ କରିଥିଲେ I














