କଳପଡା ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକଙ୍କ ସମାବେଶ



କେନ୍ଦ୍ରାପଡ଼ା,୧୦ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ କଳପଡା ମାର୍କେଟସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳପଡା ଗ୍ରାମର ଅଧିବାସୀ ତଥା ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶରତ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପଞ୍ଚାୟତର ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ସୁଧିର ଚନ୍ଦ୍ର ସ୍ୱାଇଁ, ବସନ୍ତ ସାହୁ, ରମେଶ ଚନ୍ଦ୍ର ରାଉଳ, ଉମେଶ କୁମାର ସ୍ୱାଇଁ, ସୁଧାଂଶୁ ନାୟକ, ଧନେଶ୍ୱର ସାହାଣୀ, ଧନେଶ୍ୱର ଜେନା, ଶରତ ଜେନା, ଆଦିକନ୍ଦ ସେଠୀ ଓ ବିଶ୍ୱକେଶନ ସ୍ୱାଇଁଙ୍କ ସମେତ ୩୫ଜଣ ଯୋଗଦେଇ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ।


Next Post

ଫୋରଡ ଆଶ୍ରମରେ ଝୁଲଣ ମହୋତ୍ସବ , ଭଜନ ଓ ସଙ୍କୀର୍ତ୍ତନର ଅପୂର୍ବ ମୂର୍ଚ୍ଛନାରେ ଶ୍ରଦ୍ଧାଳୁ ବିଭୋର

Sun Aug 10 , 2025
କେନ୍ଦ୍ରାପଡା ୧୦/୮- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଫୋରଡ ସ୍ଥିତ ନାମାଚାର୍ଯ୍ୟବାୟା ବାବାଙ୍କ ଦ୍ୱାରା ଗୋବରୀ କୂଳରେ ସଂସ୍ଥାପିତ ବାୟା ଆଶ୍ରମରେ ଝୁଲଣ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଠ ମହନ୍ତ ହୃଷୀକେଶ ଦାଶ ମହାରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟହ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀରାଧା କୃଷ୍ଣଙ୍କୁ ସୁରମ୍ୟ ଝୁଲଣରେ ବସାଇ ଝୁଲାଇବା ସହିତ ଭଜନ, ସଙ୍କୀର୍ତ୍ତନ ଏବଂ ପ୍ରବଚନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି […]

KANIKA