ବାରୋରେ ତ୍ରିରଙ୍ଗା ପଦଯାତ୍ରା



କେନ୍ଦ୍ରାପଡା ସଦର, ୧୪ା୮: ଅଗଷ୍ଟ ୧୪ମଧ୍ୟାହ୍ନ ୯ ଘଟିକା ସମୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ର ବାରୋ ଠାରୁ ଆରମ୍ଭ ହୋଇ ବାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଗୋପୀନାଥ ମଲିକଙ୍କ ନେତୃତ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଆଶାକର୍ମୀ, ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟ, ପଞ୍ଚାୟତ ଜନପ୍ରତିନିଧି, ଶତାଧିକ ଗ୍ରାମବାସୀ ଉକ୍ତ ପଦଯାତ୍ରା ରେସାମିଲ ହୋଇଥିଲେ । “ଘରେ ଘରେ ତ୍ରିରଙ୍ଗା”ଏବଂ “ଘରେ ଘରେ ସ୍ୱଛତା”ନାରାବାଜି ଦେଇ ପଦଯାତ୍ରା କୁ ଆଗେ ନେଇଥିଲେ । ଦେଶର ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷେ ଆୟୋଜିତ ଉକ୍ତ ପଦଯାତ୍ରାକୁ ସାଧାରଣ ଲୋକେ ଆଗ୍ରହର ସହିତ ସାମିଲ ହୋଇଥିଲେ ।


Next Post

ଯଶସ୍ୱିନି ପତ୍ରିକା ଉନ୍ମୋଚିତ

Thu Aug 14 , 2025
କେନ୍ଦ୍ରାପଡ଼ା,୧୪ା୮:ଶ୍ୟାମସୁନ୍ଦରପୁରଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ସଭା ଗୃହରେ ବିଶିଷ୍ଟ ସମାଜ ସେବୀ କବି ଡ଼ ନାରାୟଣ ପତିଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା “ଯଶସ୍ୱିନି’ର ଶୁଭ ଉନ୍ମୋଚନ ହୋଇଯାଇଛି। ବର୍ତ୍ତମାନର ସାମାଜିକ ସ୍ଥିତିକୁ ନେଇ ଭରପୁର ଆନନ୍ଦ ଦେଉଥିବା ଏହି ପତ୍ରିକାରେ ଅନେକ ମୂଲ୍ୟବାନ ଗଳ୍ପ କବିତା ସ୍ଥାନ ପାଇଛି। ଡ଼ ପତି ସମ୍ପ୍ରତି ମାନବାଧିକାର ସୁରକ୍ଷା ଆୟୋଗର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ସାହିତ୍ୟ, ଜ୍ୟୋତିଷ, ବାସ୍ତୁ […]

KANIKA