ବନ୍ୟା ବିପନ୍ନଙ୍କୁ ମିଳିଲାନାହିଁ ରିଲିଫ୍‌: ବଢୁଛି ଅସନ୍ତୋଷ


  • ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଗମ୍ଭୀର,
  • ୭୦ହଜାର ଲୋକ ବିପନ୍ନ
  • ମିଳୁନାହିଁ ବିଶୁଦ୍ଧ ପାଣି


ପଟ୍ଟାମୁଣ୍ଡାଇ ୭/୯- ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଆଜି ପର୍ଯ୍ୟନ୍ତ ୪ ଥର ବନ୍ୟା ଆସି ୧୪ ପଚାଂୟତ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । କିଛି ମାସ ଭିତରେ ୪ ଥର ବନ୍ୟା ଆସିବା ଫଳରେ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡ଼ି ଯାଇଛି । ଚାଷୀଙ୍କ ଆର୍ôଥକ ମେରୁଦଣ୍ଡ ଦୋହଲି ଯାଇଛି । ବନ୍ୟା ଛାଡ଼ିବା ପରେ ଅଂଟା ସଳଖି ଚାଷ କାମ ଆରମ୍ଭ କରୁଥିବା ବେଳେ ପୁଣି ବନ୍ୟା ଚିନ୍ତାରେ ପକାଇ ଦେଇଛି । ଅନ୍ୟପକ୍ଷରେ ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ ଜଳବନ୍ଦିରେ ରହି କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ମାତ୍ର ପ୍ର୍ରଶାସନ ପକ୍ଷରୁ ଏଯାବତ କୌଣସି ସରକାରୀ ସହାୟତା ରିଲିଫ, ପଲିଥିନ, ବ୍ଲିଚିଂ ଆଦି ଯୋଗାଇ ଦିଆଯାଇନାହିଁ । ଏଣେ ଝିପ୍‌ଝିପ୍ ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।


ବ୍ୟାଂଚଳ ଲୋକ ନରେନ୍ଦ୍ର ଧଳ , ହିମାଶୁଂ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ନାୟକ, ହେମନ୍ତ ବିଶ୍ୱାଳ,ସହଦେବ ମଲ୍ଲିକ ପ୍ରମୁଖ କୁହନ୍ତି ନଦୀନାଳ ଘେରା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ପାଖାପାଖି ୭୦ରୁ ଉଦ୍ଦ୍ୱର୍ ଗାଁରେ ଥରେଥରେ କରି ଚାରିଥର ବନ୍ୟା ତାଣ୍ଡବ ରଚି ଚାଲିଛି। ଶହ ଶହ ଲୋକେ ଜଳବନ୍ଦିରେ ଥିବା ଗାଁ ଦାଣ୍ଡରେ ଅଢେଇରୁ ୪ ଫୁଟର ବନ୍ୟାଜଳ ଲହଡି ମାରୁଛି । ଏଭଳିସ୍ଥଳେ ଗରିବ ଖଟିଖିଆ ପରିବାରଙ୍କ ଘରେ ଖାଇବାକୁ ଚୁଲି ଜଳୁନାହିଁ । ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ଘର ଭିତରକୁ ପାଣି ପଶିଯିବାରୁ ସରିସୃପ ମାନେ ଫସିଯାଉଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଠୋଷ ପଦେକ୍ଷପ ନିଆଯାଉନାହିଁ । ସହସ୍ରାଧିକ ଗରିବ ପରିବାର ଜୀବନ ବଂଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ ଜଳବନ୍ଦିରେ ରହି କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ମାତ୍ର ତାଙ୍କ ପାଇଁ ୪ଟି ବ୍ୟା ହେଲାଣି ଥରେବି ପ୍ରଶାସନ ପକ୍ଷରୁ ରାନ୍ଧାଖାଦ୍ୟ ତ ଦୂରର କଥା ଶୁଖିଲା ଖାଦ୍ୟ ଦିଆଯାଉନାହିଁ । ପୂର୍ବରୁ କେବଳ ଗୋରୁଗାଈଙ୍କ ପାଇଁ ଖାଦ୍ୟ ପହଁଚି ଥିଲା । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ମାତ୍ର ଗରିବ ଗୁରୁବା କୁନିକୁନି ପିଲାଙ୍କ ପାଇଁ ରିଲିଫ ଦିଆଯାଇନାହିଁ । ବ୍ରାହ୍ମଣୀ ଶାଖା ନଦୀ ଗୁଡ଼ିକରେ ପାଣି ବଢୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରବିବାର ପୂର୍ଣ୍ଣମି ହୋଇଥିବା ବେଳେ ୪ ଦିନ ପର୍ଯ୍ୟନ୍ତ ପାଣି ଛାଡିବ ନାହିଁ । ପ୍ରଭାବିତ ଅଂଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ମହମବତୀ ବି ପହଁଚିନି। କେବଳ ଗୋଖାଦ୍ୟ ଦେଇ ପ୍ରଶାସନ ଦାୟିତ୍ୱ ଶେଷ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ବନ୍ୟା ଅଂଚଳରେ ବିଶୁଦ୍ଧ ପାଣି ମିଳୁନାହିଁ। ବିଭିନ୍ନ ଗାଁରେ ଥିବା ନଳକୂପଗୁଡ଼ିକ ବନ୍ୟାଜଳରେ ବୁଡ଼ି ଯାଇଛି। ନିୟମ ଅନୁଯାୟୀ, ବନ୍ୟା ଜଳରେ ବୁଡ଼ି ରହିଥିବା ନଳକୂପଗୁଡିକୁ ବନ୍ୟାଜଳ ହ୍ରାସ ପରେ ବ୍ଲିଚିଂ ପକାଯାଇ ସେହି ଜଳକୁ ବିଶୋଧନ କରି ବାହାରୁ ଥିବା ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଇବା କଥା । ମାତ୍ର ଗତ ୩ଥର ବନ୍ୟା ପରେ ମଧ୍ୟ ବିଭାଗ ତରଫରୁ ନଳକୂପର ଜଳକୁ ବିଶୋଧନ କରାଯାଇ ନାହିଁ। ଫଳରେ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହିରେ ଅଗଷ୍ଠ ୧୪ରେ ଜଣ୍ଡିସ ରୋଗ ବ୍ୟାପିଥିଲା । ବିଭିନ୍ନ ଅଂଚଳ ବନ୍ୟା ଜଳରେ ବୁଡି ରହିବା ଫଳରେ ପାନୀୟ ଜଳ ଉତ୍ସ ଗୁଡିକ ବୁଡି ଯାଇଥିଲା । ଯାହା ଫଳରେ ପାନୀୟ ଜଳ ସଂକଟ ଦେଖା ଦେଇଥିଲା । ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକମାନେ ନଇ ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।ଏହାଦ୍ୱାରା ଆଗାମୀ ଦିନରେ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଉଛି


Next Post

ସରସ୍ୱତୀ ସରକାରୀ ହାଇସ୍କୁଲ ହିନ୍ଦୀ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sun Sep 7 , 2025
କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର.ଆୟାର ଯୋଗଦେଇ ହିନ୍ଦୀ ଶିକ୍ଷକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ […]

KANIKA