ପଟ୍ଟାମୁଣ୍ଡାଇରେ ବର୍ଣ୍ଣବୋଧ ବଂଟନ ଅଭିଯାନ



ପଟ୍ଟାମୁଣ୍ଡାଇ ୧୫/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନଳଢଳିଆ ପ୍ରାଥମିକ ବିଦ୍ୟାଳୟ” ରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ “ବର୍ଣ୍ଣବୋଧ ବଂଟନ ଅଭିଯାନ” କରାଯାଇଥିଲା । ସଂସଦ ସଭାପତି ଅ୍ଧବନଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା ଆଦିତ୍ୟ ନାରାୟଣ ପ୍ରଧାନ ମୁଖ୍ୟଅତିଥି ବରିଷ୍ଠ ଶିକ୍ଷାବିତ ବିଜୟ ରାଉତ ମୁଖ୍ୟବକ୍ତା, ସିଆରସିସି ସଙ୍ଘମିତ୍ରା ନାୟକ ଓ ଯୁବପ୍ରତିଭା ସମୀର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବର୍ଣ୍ଣବୋଧ ପୁସ୍ତକର ବଂଟନ ଏକ ସମୟୋପ ଯୋଗୀ ନିଷ୍ପତି ବୋଲି ପ୍ରକାଶ କରିବା ସହିତ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ଏଭଳି ମହାନ ଚିନ୍ତାଧାରାର ଉଚ୍ଚ ପ୍ରଶଂସା କରିବା ସହିତ ବର୍ଣ୍ଣବୋଧ ପୁସ୍ତକ ବଂଟନ କରିଥିଲେ । ସରକାରୀ ସ୍ତରରେ ବର୍ଣ୍ଣବୋଧ ପଠନକୁ ବାଧ୍ୟତା ମୂଳକ କରାଯିବାକୁ ଅତିଥିମାନେ ସରକାରଙ୍କୁ ନିବେଦନ କରିଥିଲେ । ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପୁଷ୍ପଲତା ସାହୁ ସାହୁ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜିତ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନଳଢଳିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ସେଠୀ, ସହକାରୀ ଶିକ୍ଷୟତ୍ରୀ ମାନସୀରାଣୀ ତରାଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟବାନ ଜେନା ଓ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସୁଶ୍ରୀକାନ୍ତ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।


Next Post

ନୂତନ ଶ୍ରମ ଆଇନକୁ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

Sat Oct 18 , 2025
କେନ୍ଦ୍ରାପଡ଼ା,୧୭ା୧୦:ନୂତନ ଶ୍ରମ ଆଇନକୁ ପ୍ରତ୍ୟାହାର କରାଯିବା ଦାବିରେ କେନ୍ଦ୍ରାପଡା ସି.ଆଇ.ଟି.ୟୁ. ପକ୍ଷରୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଶ୍ରମିକମାନଙ୍କର କୈାଣସି ଉପକାର କରିବା ବଦଳରେ ଦଳର ହୁକୁମକୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ଫ୍ରାକ୍ଟ୍ରୀ ଆଇନକୁ ସଂଶୋଧନ କରାଯାଇଛି। ସେଥିରେ ୧୮୮୫ମସିହା ଆନ୍ତର୍ଜାତିକ ଶ୍ରମ ଦିବସ ମଇ […]

KANIKA