କେନ୍ଦ୍ରାପଡାରେ ୬୬ତମ ପୋଲିସ ସହିଦ ଦିବସ ପାଳିତ



କେନ୍ଦ୍ରାପଡ଼ା,୨୧ା୧୦:କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ମଙ୍ଗଳବାର ୬୬ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ପ୍ରଥମେ ରାଜ୍ୟପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ଏହାପରେ ଏସପି ସହିଦ୍‌ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖ୍‌ଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର ସେବାରେ ପ୍ରାଣବଳୀ ଦେଇଥିଲେ । ୧୯୬୦ମସିହା ଜାନୁଆରୀ ମାସରେ ଦେଶର ସମସ୍ତ ଆରକ୍ଷୀ ମହାନିରୀକ୍ଷକମାନଙ୍କର ଅନୁଷ୍ଠିତ ସମ୍ମିଳନୀରେ ଏହି ଦିବସକୁ ସହିଦ୍ ଦିବସ ରୂପେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଏବଂ ପୋଲିସ ପ୍ରତିଷ୍ଠାନମାନଙ୍କରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ କର୍ତ୍ତବ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ବା ରାଷ୍ଟ୍ର ପାଇଁ ସର୍ବୋଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ୧୯୬୦ ମସିହା ଠାରୁ ଏହି ଦିବସ ପାଳିତ ହୋଇ ଆସୁଅଛି । ଦେଶର ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ବୀର ପୋଲିସମାନେ ବୀରତ୍ୱ ସହିତ କର୍ତ୍ତବ୍ୟ ସମ୍ପାଦନ କରି ସେମାନଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି । ଗତ ବର୍ଷକ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଦେଶର ୧୯୧ଜଣ ବୀର ପୋଲିସଙ୍କ ସହିତ ଓଡିଶାର୨ଜଣ କନେଷ୍ଟବଳ ଲକ୍ଷ୍ମଣ ମାଝୀ ଓ ଓଡିଶା ଅକ୍ସିଲାରୀ ପୋଲିସ ଫୋର୍ସର ଲୋକନାଥ ସବରଙ୍କ ପ୍ରତି ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ଡିଏସପି(ଆଇସିଏଡବ୍ଲୁ) ସଶ୍ମିତା ସାହୁ,ହେଡକ୍ୱାଟର ଇନସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟାୟତ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ପ୍ରମୁଖ ସହିଦ୍‌ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡ୍‌କୁ ରିଜର୍ଭ ପୋଲିସ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ କମାଣ୍ଡିଙ୍ଗ କରିଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡିଙ୍ଗ ଭାବେ ଇନସପେକ୍ଟର (ଆର୍ମସ) ଅକ୍ଷୟ ଘଡେଇ ଓ ଏ.ଏସ.ଆଇ. ଜବାହରଲାଲ୍ ଖାନ୍ ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ। ଏହି ପ୍ୟାରେଡ୍‌ରେ ୩ପ୍ଲାଟୁନ୍ ଫୋର୍ସ ଅଂଶଗ୍ରହଣ କରିଥିଲେ। ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ଅଭିବାଦନ ଗ୍ରହଣ କରିଥିଲେ।


Next Post

किसानों की समस्याओं को सरकार प्राथमिकता नहीं दे रही है।

Tue Oct 21 , 2025
कोऑपरेटिव डिपार्टमेंट अधिकारिकी मनमानी नहर, नदी के किनारों पर ज़बरदस्ती कब्ज़ा किया जा रहा है,  भूबनेस्वर २१/१० – ओडिशा एक कृषि प्रधान राज्य है, लगभग 80 प्रतिशत अर्थव्यवस्था कृषि पर निर्भर है। लेकिन लंबे समय से कृषि को पूरी तरह नज़रअंदाज़ किया गया है। सरकार अलग-अलग योजनाएँ लागू कर रही […]

KANIKA