ଅଇନିପଡା – ପଛପଡା ଗାଁ ଉତ୍ସବ ଦ୍ୱିତୀୟ ସନ୍ଧ୍ୟା   ସାମ୍ପ୍ରତିଜ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ସଫଳତା ଓ ପରାକାଷ୍ଠା ପ୍ରଦର୍ଶନ କରି ସାମାଜିକ ବିକାଶର ସୂତ୍ରଧର ପାଲଟି ଯାଇଛନ୍ତି , ନାରୀମାନଙ୍କ ବିକାଶ ବିନା ସମାଜର ସାମଗ୍ରିକ ବିକାଶର ସ୍ବପ୍ନ ଅଧୁରା ରହିବ ବୋଲି ଅଇନିପଡ଼ା ପଛପଡ଼ା ଗାଁ ଉତ୍ସବ ‘ବସୁଧା’ର ପଞ୍ଚଦଶ ସଂସ୍କରଣର ଦ୍ଵିତୀୟ ସନ୍ଧ୍ୟାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି […]

ପଟ୍ଟାମୁଣ୍ଡାଇ ତା ୨୩/୧୧- ରାଜ୍ୟ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଅଇନିପଡା -ପଛପଡା ଗାଁ ଉତ୍ସବ ଉଦଘାଟନ କରିବା ପାଇଁ ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସିଥିବାବେଳେ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପଟ୍ଟାମୁଣ୍ଡାଇ ଉପକଣ୍ଠ ବେଲତଳ ଠାରେ ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳ ସମ୍ପାଦକ ରବୀନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ […]

କେନ୍ଦ୍ରାପଡା,୨୩ା୧୧: କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ ରବିବାର ସ୍ଥାନୀୟ ବିନାୟକ ପ୍ୟାଲେସଠାରେ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ସମ୍ପନ୍ନ ଭିତ୍ତିକ ଠିକାଦାର ମାନେ ଯୋଗଦେଇଏହି ମହାସଂଘ ର କାର୍ଯ୍ୟପନ୍ଥା ପନ୍ଥା ଓ ଏହାର ଆଭିମୁଖ୍ୟ ଠିକାଦାର ମାନଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଭାଗନେଇ ନିଜନିଜର ମତ ରଖୁଥିଲେ। ପ୍ରାଥମିକ ସ୍ତରରେ ମହାସଂଘର ଏକ ଅସ୍ଥାୟୀ ଆଡଭାଇଜର କମିଟି ଗଠନର କରା ଯାଇଥିଲା। […]