ଓକିଲ ଏକାଦଶକୁ ହରାଇ କେନ୍ଦ୍ରାପଡ଼ା ପୋଲିସ ବିଜୟୀ



କେନ୍ଦ୍ରାପଡ଼ା – ୩୦/୧୧- କେନ୍ଦ୍ରାପଡ଼ା କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେରେ କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବନ୍ଧୁତାପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ ରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ସେଥିରେ ସାମ୍ବାଦିକ ଏକାଦଶ, ଓକିଲ ଏକାଦଶ, ପୋଲିସ ଏକାଦଶ, ସରପଞ୍ଚ ଏକାଦଶ, କାଉସିଲର ଏକାଦଶ, ପୌର ଷ୍ଟାଫ ଏକାଦସ, ଅବକାରୀ ଏକାଦଶ ପ୍ରମୁଖ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ରେ ପୋଲିସ ଏକାଦଶ ଓ ଓକିଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ଏକାଦଶ ଓକିଲ ଏକାଦଶକୁ ପରାସ୍ତ କରି ବିଜେତା ହୋଇଥିଲା । ଖେଳର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଯୋଗ ଦେଇ ଖେଳକୁ ଉଦ୍‌ଘାଟନ କରିଥିଲେ । ଏହି ଖେଳ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ରିଓ ନ୍ୟୁଜର ଏଡିଟର ରାହୁଲ ସ୍ୱାଇଁ ଏବଂ ପ୍ରୀତି ମାଡାମ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଉଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ପୌରାଅଦକ୍ଷା ସରିତା ସାହୁ ଯୋଗଦେଇ ବିଜେତା ପୋଲିସ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ସଂମ୍ମାନୀୟ ଅତିଥି କେନ୍ଦ୍ରାପଡ଼ା ବାର ଓକିଲ ସଙ୍ଘର ସଭାପତି ଗୋବର୍ଦ୍ଧନ ରାଉତ ଉପବିଜେତା ଟିମ ଓକିଲ ସଙ୍ଘକୁ ରନର୍ସସଫ ଟ୍ରଫି ପ୍ରଦାନ କରିଥିଲେ । ସଂମ୍ମାନୀୟ ଅତିଥି ଭାବେ ନୋଟାରୀ ସରକାରୀ ଓକିଲ ପ୍ରଭାତ କୁମାର ପ୍ରଧାନ ବେଷ୍ଟ ବ୍ୟାଟର ସୌମ୍ୟ ଓ ବେଷ୍ଟ ଫିଲ୍ଲଡର ଆଇନଜୀବୀ ଆଶିଷ ସାମଲକୁ ଟ୍ରଫି ପ୍ରଦାନ କରିଥିଲେ । ଚକ୍ରବିୟୁ ଚାନେଲ ଏଡିଟର କୁଳମଣି ଲେଙ୍କା କାର୍ଯ୍ୟକ୍ରମ ଆୟୋଜ ଅଲେଖ ନାୟକ ଏବଂ ଗଗନ ପ୍ରଧାନଙ୍କୁ ସଂମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ସାମ୍ବାଦିକା ନମିତା ନାୟକ, ସନ୍ତୋଷ ପୋଥାଳ, ରାଜେଶ ଦାସ, ମହେଶ ପାଢ଼ୀ, ଉମେଶ ପାଢ଼ୀ, ମୃତ୍ୟୁଞ୍ଜୟ ପରିଡା, ମଧୁସୂଦନ ନାଥ ପ୍ରମୁଖ ସହଯୋଗ କରିଥିଲେ ।


Next Post

ସାହିତ୍ୟ ସଂସଦର ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

Sun Nov 30 , 2025
କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଆସନ୍ତା ମାସ ୨୬ ତାରିଖରେ ହେବା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଗରାପୁରସ୍ଥ ଶିବାନନ୍ଦ ଆଶ୍ରମ ପରିସରରେ କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ କମିଟି ଗଠନ କରିବା ନିମନ୍ତେ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ ପ୍ରସ୍ତାବ ଦେଇଥିଲେ । ଏଥିରେ କୋର […]

KANIKA