ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଧିବେଶନ



କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୫ତମ ଅଧିବେଶନ ଗୋପସ୍ଥିତ ରାମ ମନ୍ଦିର ପରିସରରେ ସଭାପତି ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଂଗଠନ ସଂପାଦକ ବୈଷ୍ଣବ ଚରଣ ସ୍ୱାଇଁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ନୂତନ ସଭ୍ୟ ଭାବେ ଯୋଗଦେଇଥିବା ସଭ୍ୟ ବିକ୍ରମ କିଶୋର ଦାସ ଓ ପ୍ରଫୁଲ କୁମାର ପତିଙ୍କୁ ସ୍ୱାଗତ କରାଯାଇଥିଲା । ନୂତନ ବର୍ଷ ଆସନ୍ତା ଜାନୁୟାରୀ ୯ତାରିଖରେ ଇଚ୍ଛାପୁର ସନ୍ନିକଟ ମା’ ବାରଙ୍ଗେଇ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା ଓ ବଣ ଭୋଜି ଆୟୋଜନ କରିବା ପାଇଁ ସ୍ଥିର କରାଗଲା । ସଡକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । କେନ୍ଦ୍ରାପଡା ଶାଖା ଡି.ସି.ବି. ବ୍ୟାଙ୍କର ମ୍ୟାନେଜର ମୁକ୍ତିକାନ୍ତ ବେହେରା ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ବିଭିନ୍ନ ଅର୍ଥ ସଞ୍ଚୟ ଓ ସୁରକ୍ଷା ସମ୍ପକରେ ବିଶଦଃ ଆଲୋଚନା କରିଥିଲେ । ଡେପୁଟି ମ୍ୟାନେଜର ସ୍ମୃତି ରଞ୍ଜନ ଦାସ ଓ ରିଲେସନସିପ୍ ମ୍ୟାନେଜର ଶ୍ରୀନିବାସ ସାହୁ ବିଭିନ୍ନ ସାଇବର ଠକେଇ ଉପରେ ଆଲୋକ ପାତ କରିଥିଲେ । ସମସ୍ତ ପୂଜ୍ୟ ବରିଷ୍ଠ ନାଗରିକ ମାନଙ୍କର ଏକ ନିରାମୟ, ସୁନ୍ଦର, ଶାନ୍ତିପୂର୍ଣ୍ଣ, ସ୍ୱାସ୍ଥ୍ୟପ୍ରଦ ଜୀବନ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ମଧୁସୂଦନ ବାରିକ, ଅଞ୍ଜନ ଶତପଥୀ, କୃଷ୍ଣ ଚନ୍ଦ୍ର ଜେନା, ଅଜିତ ରାଉତ, ସୁରେଶ ପଟ୍ଟନାୟକ, କେଦାର ସ୍ୱାଇଁ, ଶ୍ରୀକାନ୍ତ କୁମାର ସାହୁ, ଧିରେନ ବେହେରା, ଶରତ କୁମାର ରାଉତ, ପ୍ରସନ୍ନ କୁମାର ସାହାଣୀ, ସଞ୍ଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ । ବାର୍ତ୍ତା ସଂପାଦକ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।


Next Post

ବିଦ୍ୟାଳୟରେ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

Thu Dec 11 , 2025
କେନ୍ଦ୍ରାପଡା ୧୦/୧୨- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ମେହେନ୍ଦିପୂର୍ ସ୍ଥିତ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପତ୍ରିକା ‘କାୟାକଳ୍ପ’ ପକ୍ଷରୁ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଉଦଘାଟନ କରିଥିଲେ। ଶିକ୍ଷାବିତ୍‌, ଦାର୍ଶନିକ ପଣ୍ଡିତ ହୃଷୀକେଶ ରଥ, ସାମ୍ବାଦିକ କେଦାର ରାଉତ ଅତିଥି ଭାବରେ ଯୋଗଦେଇ ଥିଲେ। ତ୍ରିଲୋଚନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସତ୍ୟ ସୁନ୍ଦର ଦାସ ସ୍କୋରର […]

KANIKA