କେନ୍ଦ୍ରାପଡ଼ା,୧୧ା୧୨: କେନ୍ଦ୍ରାପଡା ପୌରାଞ୍ଚଳ ଅଧୀନ ୧୧ ନମ୍ବର ୱାର୍ଡ ଖଡ଼ିଅଙ୍ଗ ଠାରେ ଏକ ମାଣ୍ଡିଆ ଟିଫିନ ସେଣ୍ଟର ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପୌରପାଳିକା ଚେୟାରମ୍ୟାନ ଶ୍ରୀମତୀ ସରିତା ସାହୁ କହିଲେ ମାଣ୍ଡିଆ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ମାଣ୍ଡିଆ ଖାଇବା ଦ୍ୱାରା ଆମେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହି ପାରିବା। ଏହା ପେଟଥଣ୍ଡା କରିବା ଦ୍ୱାରା ଅନେକ ପେଟରୋଗରୁ ଆମକୁ ଦୂରେଇ ରଖିଥାଏ। ସେହିପରି ବିଭିନ୍ନ […]

କେନ୍ଦ୍ରାପଡା ୧୧/୧୨- ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଏକ ସମାବେଶ ସ୍ଥାନୀୟ ଗୌରିଶଙ୍କର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ସରୋଜ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବରେ ରାଜ୍ୟ ନିଖିଳ ଉତ୍କଳ ତୈଳିକ ମହାସଂଘର ସଭାପତି ତଥା ଚିଲିକା ବିଧାନସଭାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗଦେଇ ତୈଳିକ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନାକରି ବହୁଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । […]

କେନ୍ଦ୍ରାପଡା ୧୦/୧୨- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ମେହେନ୍ଦିପୂର୍ ସ୍ଥିତ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପତ୍ରିକା ‘କାୟାକଳ୍ପ’ ପକ୍ଷରୁ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଉଦଘାଟନ କରିଥିଲେ। ଶିକ୍ଷାବିତ୍‌, ଦାର୍ଶନିକ ପଣ୍ଡିତ ହୃଷୀକେଶ ରଥ, ସାମ୍ବାଦିକ କେଦାର ରାଉତ ଅତିଥି ଭାବରେ ଯୋଗଦେଇ ଥିଲେ। ତ୍ରିଲୋଚନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସତ୍ୟ ସୁନ୍ଦର ଦାସ ସ୍କୋରର […]

କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୫ତମ ଅଧିବେଶନ ଗୋପସ୍ଥିତ ରାମ ମନ୍ଦିର ପରିସରରେ ସଭାପତି ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଂଗଠନ ସଂପାଦକ ବୈଷ୍ଣବ ଚରଣ ସ୍ୱାଇଁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ନୂତନ ସଭ୍ୟ ଭାବେ ଯୋଗଦେଇଥିବା ସଭ୍ୟ ବିକ୍ରମ କିଶୋର ଦାସ ଓ ପ୍ରଫୁଲ କୁମାର ପତିଙ୍କୁ ସ୍ୱାଗତ କରାଯାଇଥିଲା । ନୂତନ ବର୍ଷ ଆସନ୍ତା […]

କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ସେଣ୍ଟ ଜାଭିୟର ହାଇସ୍କୁଲ ଗୋପ କେନ୍ଦ୍ରାପଡା ଠାରେ ମାନବିକ ଅଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାନବିକ ଅଧିକାର ଓ ଏହାର ଅଧିନିୟମ ଅନ୍ତର୍ଗତ ନିୟମାବଳୀ ଓ ଆଇନର ଦିଗ ଉପରେ ଆଲୋକ ପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏକ […]

କେନ୍ଦ୍ରାପଡ଼ା,୧୦ା୧୨: ଓମସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଭାପତି କିଶୋର ମିଶ୍ରଙ୍କ ପୈାରହିତ୍ୟରେ ଖଡିଅଙ୍ଗସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡା. ମିଶ୍ର ଓମସା ଡିଏସିପି(ଡାଇନାମିକ ଆସ୍ୟୁରଡ କ୍ୟାରିୟର ପ୍ରୋଗ୍ରେସନ) ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ଆସନ୍ତା ଏକ ମାସ ମଧ୍ୟରେ ଯଦି ଏହି ସମସ୍ୟା ସମାଧାନ ନ ହୁଏ ତେବେ ଡାକ୍ତରମାନେ ଡାକ୍ତରଖାନା ଅଚଳ […]