ତେଇଶିତମ ପୁସ୍ତକମେଳାର ନୂଆ ଆକର୍ଷଣ ହେବ “ଯୁବ ସ୍ପନ୍ଦନ”



କେନ୍ଦ୍ରାପଡା ୧୪/୧୨: ଆସନ୍ତା ଜାନୁୟାରୀ ୬ ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତେଇଶିତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ନୂତନ ଆକର୍ଷଣ “ଯୁବ ସ୍ପନ୍ଦନ” ହେବ ବୋଲି ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍ (କେମ୍‌) ପ୍ରକାଶ କରିଛି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରର ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରାଯିବା ବୋଲି ସଭାପତି ଅକ୍ଷୟ ପାଣି, ମୁଖ୍ୟ ସଂଯୋଜକ ବଂଶୀଧର ମହାନ୍ତି ଓ ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ପ୍ରକାଶ କରିଛନ୍ତି। ବିଶେଷ କରି ଯୁବବର୍ଗଙ୍କ ପଠନ ରୁଚିକୁ ଗୁରୁତ୍ୱ ଦିଆଯିବା ସହ ପୁସ୍ତକମେଳା ପରିସରରେ ଜାନୁୟାରୀ ୭ ଓ ୮ ତାରିଖ ଦୁଇ ଦିବସ ବ୍ୟାପୀ ଜିଲ୍ଲାସ୍ତରୀୟ କଳା, ସାଂସ୍କୃତିକ ଓ ବୌଦ୍ଧିକ ଯୁବ ମହୋତ୍ସବ “ଯୁବ ସ୍ପନ୍ଦନ”ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ଓ ଯୁବ ସାଂସ୍କୃତିକ ସଂଗଠନମାନଙ୍କୁ ଏଥିରେ ସାମିଲ ହେବାପାଇଁ ଅଗ୍ରାଧିକାର ଭତ୍ତିରେ ସୁଯୋଗ ଦିଆଯିବ। କ୍ଷୁଦ୍ର ନାଟକ, ଏକକକଳା ଅଭିନୟ, ବକ୍ତୃତା, ଦଳଗତ ଆଲୋଚନା, ସଙ୍ଗୀତ ଓ ନୃତ୍ୟ ପରି ବିବିଧ ବିଭାଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇ ସଫଳ ଯୁବ ଛାତ୍ର ଛାତ୍ରୀଙ୍କୁ ଯୁବ ସ୍ପନ୍ଦନର ପ୍ରଶସ୍ତିପତ୍ର ପ୍ରଦାନ କରାଯିବ ବୋଲି ସଂଯୋଜିକା ଅମ୍ରିନ୍ ସାହାଦ ପ୍ରକାଶ କରିଛନ୍ତି। ପୁସ୍ତକମେଳାର ଏହି ପ୍ରଗତି ବୈଠକରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ଉପସଭାପତି ପ୍ରତାପ ସ୍ୱାଇଁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଶିବ ଚରଣ ସାମଲ, ଶୁଭଙ୍କର ନାୟକ, କ୍ଷୀରୋଦ କର, ଜ୍ୟୋତିରଞ୍ଜନ ନାୟକ, ସଞ୍ଜୟ ଜେନା, ଶେଷଦେବ ପ୍ରସାଦ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ।


Next Post

ଗୋପାଳଜୀୟୁ ମନ୍ଦିରରେ ବ୍ରାହ୍ମଣମହାସଭା

Sun Dec 14 , 2025
କେନ୍ଦ୍ରାପଡ଼ା,୧୪ା୧୨: ଗୋପାଳଜୀୟୁ ମନ୍ଦିର ପରିସରରେ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ପ୍ରାକ୍ତନ ସଭ୍ୟ ସ୍ୱର୍ଗତ ଦାମୋଦର ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ । କେନ୍ଦ୍ରାପଡା ବ୍ଲକ ସଂପାଦକ ପଣ୍ଡିତ ହରେକୃଷ୍ଣ ପତି ବେଦପାଠ କରିଥିଲେ ଓ ଆଜିର ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ପଣ୍ଡିତ କିଶୋର […]

KANIKA