
କେନ୍ଦ୍ରାପଡା,୧୬ା୧୨: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ “କନ୍ତିଆ ମଠ ରେ” ପାରମ୍ପାରିକ ଧନୁଯାତ୍ରାର ଶୁଭ ଉଦ୍ଘାଟନ ହୋଇଯାଇଛି । ମଠର ମଠାଧିଶ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସଭାପତିତ୍ୱରେ ଓଳାଶୁଣୀ ମଠର ମହନ୍ତ ମହାରାଜ ବାଗ୍ନୀ ମହାନପ୍ରବକ୍ତା ନାମାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର ଏକ ମହାନ୍ ପର୍ବ କୁ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ବର୍ଷରେ ପର୍ଦାପଣ କରି ଏହି ଉତ୍ସବକୁ ଦୀର୍ଘ ୭ଦିନ ଧରି କରିଥିବାରୁ ଏହି ସୁନ୍ଦର ପ୍ରୟାସ କୁ ବଧେଇ ଜଣାଇଥିଲେ । ସମ୍ମାନୀୟ ଅତିଥିଭାବେ ଜିଲ୍ଲା ବିଜେପି ମହିଳା ପ୍ରଭାରୀ ଜୋସ୍ନାରାଣୀ ଜେନା, ସଙ୍ଗୀତ ନିଦ୍ଦେର୍ଶକ ସତ୍ୟପ୍ରିୟ ଦାସ, ଚକ୍ରୋଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନିରଞ୍ଜନ ନାୟକ, ଯୁବ ନେତା ଅଭିରାମ ବେହୁରା, ବିଜେପି ଯୁବନେତା ବିଶ୍ୱ ରଞ୍ଜନ ରାଉତ, ବନ୍ଦନାରାଣୀ ରାଉତ, ନମିତା ବଳ ପ୍ରମୁଖ ଯୋଗଦାନ କରିଥିଲେ । ଏହି ମେଳାରେ ରାମଦୋଳି ସମେତ ବିଭିନ୍ନ ଖାଇବା ଷ୍ଟଲ ଗୁଡିକ ୭ଦିନ ଧରି ଚାଲୁ ରହିବ । ପ୍ରତ୍ୟେହ ସଂଧ୍ୟାରେ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ କରିବେ ଆଜିର ସଂଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭରତପୁର ର ବାଗ୍ ଦେବୀ କଳାମନ୍ଦିର ଏବଂ ମା ଶାରଳା ନୃତ୍ୟ ବିଦ୍ୟାଳୟ କନ୍ତିଆର ମିଳିତ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିକ୍ଷକ ସର୍ବେଶ୍ୱର ପାତ୍ର ସଂଯୋଜନା କରିଥିବା ବେଳେ, ପ୍ରଦୀପ ବେହୁରା ତଥା ମଧୁବାବା ଯୁବ ପରିଷଦର ସମାଜସେବୀ ମାନେ ମଞ୍ଚ ପରିଚାଳନା କରିଥିଲେ । ଆଜି ସଂଧ୍ୟାରେ କେନ୍ଦ୍ରାପଡା ସହର ସମେତ ଗ୍ରାମଞ୍ଚଳରୁ ବହୁ ସାଧକ ଯୋଗ ଦେଇଥିଲେ ।











