ପଟ୍ଟାମୁଣ୍ଡାଇ ବିଦ୍ୟୁତ ଉପଭୋକ୍ତା ମଞ୍ଚ ଟି ପି ସି ଓ ଡ଼ି ଏଲ କର୍ମକର୍ତ୍ତା ଙ୍କ ସହ ଆଲୋଚନା



ପଟ୍ଟାମୁଣ୍ଡାଇ ତା ୧୮/୧୨- ପଟ୍ଟାମୁଣ୍ଡାଇ ଅଂଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପଟ୍ଟାମୁଣ୍ଡାଇ ଟି ପି ସି ଓ ଡ଼ି ଏଲ କର୍ମକର୍ତ୍ତା ସହନିର୍ବାହୀଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଇଂ ଶାଶ୍ୱତ ପାଢ଼ୀ ଓ ମିତ୍ରଭାନୁ ମହାପାତ୍ର ପ୍ରମୁଖଙ୍କୁ ଭେଟି ପ୍ରତ୍ୟେକ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ବିଦ୍ୟୁତ ଶୁଳ୍କ ସହିତ ଅତିରିକ୍ତ ଶୁକ୍ଳ ଦେଉଥିବାରୁ ଉପଭୋକ୍ତା ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ଅନେକ ସମୟରେ ମାତ୍ରାଧିକ ତ୍ରୁଟିପୂର୍ଣ୍ଣ ବିଲ ଆସୁଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ I ଆସନ୍ତା ୨୪ତାରିଖରେ ବିଦ୍ୟୁତ ଉପଭୋକ୍ତା ସଂଘ ସହିତ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ସ୍ଥିର କରାଯାଇଛି I


Next Post

ଭିବି ଜୀ ରାମ ଜୀ ପ୍ରତ୍ୟାହାର ପାଇଁ ଆହ୍ୱାନ

Sat Dec 20 , 2025
କେନ୍ଦ୍ରାପଡ଼ା, ୧୯/୧୨-ନିଯୁକ୍ତି, ଦରବୃଦ୍ଧି, ଆର୍ଥୀକ ପରିଚାଳନା, ଆଭ୍ୟନ୍ତରୀଣ ସୁରକ୍ଷା, ବୈଦେଶିକ ନୀତି ଆଦି ସମସ୍ତ କ୍ଷେତ୍ରରେ ଏଗାର ବର୍ଷର ଭଜପା ସରକାର ଅସଫଳ ହୋଇଛି । ମାତ୍ର ନିଜର ବିଫଳତା ଲୁଚାଇବା ପାଇଁ ଗ୍ରାମୀଣ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସୃଷ୍ଟି କରିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ (MGNREGA) ସ୍ଥାନରେ ଆସିଥିବା ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ […]

KANIKA