କେନ୍ଦ୍ରାପଡ଼ା, ୨୫ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଠକରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବାଜପେୟୀ […]

କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ଇଚ୍ଛାପୁର ହାଇସ୍କୁଲରେ ଆୟୋଜିତ ୨୫-୨୬ବର୍ଷର ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ବେଣୀପୁର ସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ରାଉତଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ବ୍ଲକ ସ୍ତରକୁ ଚୟନ ହୋଇଥିବା ୭୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର “ଗଣିତ ଉଦ୍ୟାନ”ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର […]

କେନ୍ଦ୍ରାପଡା,୨୪ା୧୨: କେନ୍ଦ୍ରାପଡା କଣ୍ଟ୍ରାକ୍ଟର ଫେଡେରେସନ ତରଫରୁ ଦିବା ୨ ଘଟିକା ସମୟରେ ଜମଧରସ୍ଥିତ ବିନାୟକ ପ୍ରିମିୟମ ହୋଟେଲରେ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଲ୍ ଓଡିଶା କଣ୍ଟ୍ରାକ୍ଟର ସଙ୍ଗଠନର ସଭାପତି ଅନିଲ କୁମାର ମହାଲିକଙ୍କ ସଭାପତିତ୍ୱ କରିଥିଲେ । ଅଲ୍ ଓଡିଶା କଣ୍ଟ୍ରାକ୍ଟର ସଂଘଠନର ସଭାପତି ମାସୁମ ମାଲିଆ ଏବଂ ସଦସ୍ୟ ହେମବତୀ ନନ୍ଦନ ଚକ୍ରବତ୍ତୀ ସମ୍ମାନୀୟ ଅତିଥି […]