ଇଚ୍ଛାପୁର ସ୍ଥିତ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରକଳ୍ପ ପଦର୍ଶନୀରେ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ



କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ଇଚ୍ଛାପୁର ହାଇସ୍କୁଲରେ ଆୟୋଜିତ ୨୫-୨୬ବର୍ଷର ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ବେଣୀପୁର ସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ରାଉତଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ବ୍ଲକ ସ୍ତରକୁ ଚୟନ ହୋଇଥିବା ୭୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର “ଗଣିତ ଉଦ୍ୟାନ”ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କଳ୍ପନା ବେହେରା, ମଧୁଶ୍ମିତା ଲେଙ୍କା ତତ୍ୱାବଧାନରେ ଷଷ୍ଠ ଶ୍ରେଣୀର ଛାତ୍ର ଶ୍ରୀ ରାଉତ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବନୀ ନାୟକ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ ନାୟକ ଓ ବିଦ୍ୟାଳୟର ଶିକ୍ଷକ ମହୋଶ୍ୱର ସାହୁ, ସନ୍ତୋଷ କୁମାର ଜେନା, ସୁଜତା ସାହୁ, ମାନସ କୁମାର ତରାଇ, ଲକ୍ଷ୍ମୀ ନାୟକ, ରାଇସନ ମାରାଣ୍ଡି, ସବିତା ରାଉତ ରାୟ, ଜୟନ୍ତି ମହାନ୍ତି, ଆରତୀ ଖଟୁଆ, ଦିବ୍ୟ ଜ୍ୟେତି ଦାସ ଆଜି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳର ବୃଦ୍ଧିଜୀବୀ ମାନେ ଜ୍ଞାନ ରଞ୍ଜନ ରାଉତଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ଛାତ୍ରଟିର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।


Next Post

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

Thu Dec 25 , 2025
କେନ୍ଦ୍ରାପଡ଼ା, ୨୫ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଠକରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବାଜପେୟୀ […]

KANIKA