ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟଉଦଘାଟିତ



କେନ୍ଦ୍ରାପଡା,୨୩ା୧: ଜାତୀୟ ସ୍ତରୀୟ ଷଷ୍ଠ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୈାରାଧ୍ୟକ୍ଷା ସରିତା ସାହୁ ଓ ବିଜେପି ନେତ୍ରୀ ଗିତାଞ୍ଜଳି ସେଠୀ ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ଅତିଥିମାନେ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ସେମାନଙ୍କୁ ଶୁଭେଛା ଜଣାଇଥିଲେ। ଆଜି ଅନୁଷ୍ଠିତ ପ୍ରଥମ ଲିଗ୍‌ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ସମ୍ବଲପୁର-୧୧କୁ ୨-୦ ଗୋଲରେ ହରାଇ ଏ-ଗ୍ରୁପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲଦେଇ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିବା ଚାନ୍ଦ କ୍ଲବର ଖେଳାଳୀ ଅମନ୍‌କୁ ଅତିଥିମାନେ କପ ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍‌କୁ ରେଫରୀ ଭାବେ ସୁକାନ୍ତ ସିଂ, ମହମ୍ମଦ ସାକଲିନ, ମହମ୍ମଦ ମୋକିମ ଓ ଯୁଧିଷ୍ଟିର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ। ଶନିବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଲିଗ୍ ମ୍ୟାଚରେ ରାଉରକେଲା ରେଡ ୟୁନିଟ ଦଳ ଡିଏମଏସଏଫ ଝାଡଖଣ୍ଡକୁ ଭେଟିବ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍‌(ମତୁ), ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ରାଖାଲଶେଖର ଦାସ, ସେକ ସଫାତୁଲ୍ଲା, ଅକିଲ ଅହେମଦ୍‌, ସେକ ଫରିଦଉଦ୍ଦିନ୍‌, ମହମ୍ମଦ ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍ ଓ ସେକ ବୁରାହାନ ଅଲ୍ଲୀ, ସମ୍ପାଦକ ମୀର ଜରାର୍‌, ମୀର ଆବୁସମା, ଫାୟାଜ ମହମ୍ମଦ୍‌, ଅଜିତ କୁମାର ବେହେରା, ମୀର ସଲିମ୍‌, କଲିମ ଖାନ, ମୀର ମହମ୍ମଦ ଅମୀର ଓ ଗୈାରାଙ୍ଗ ବେହେରା, କୋଷାଧ୍ୟକ୍ଷ ସେକ ମୁସ୍ତାକ୍ ଓ ମହମ୍ମଦ ଆଝାରୁଦ୍ଦିନ, କ୍ଲବର ଉପଦେଷ୍ଟା ସେକ ଲିୟାକତ ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ, ସୟଦ ଏହେସାନ ଅଲ୍ଲୀ, ମହମ୍ମଦ ବଦରୁଜ ଜମା, ମୁକ୍ତାର ଖାଁ, ଅଭିମନ୍ୟୁ ଗୋଛାୟତ, ସେକ ଅହେମ୍ମଦ ଅଲ୍ଲୀ, ସେକ ହନିଫ, ମୀର ସଲାମତ, ମୀର ମୁସ୍ତକିମ, ସେକ ସୈାକତ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ମୀର ମହମ୍ମଦ ଅମୀର ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading