
ପଟ୍ଟାମୁଣ୍ଡାଇ ତା ୧୯/୩- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ प्रसाद ଡାଲମା ହଣ୍ଡାରେ ସାପ ଦେଖିବାକୁ ମିଳିଥିଲା । ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିବା ବେଳେ ସାଧାରଣରେ ଆତଙ୍କ ଦେଖା ଦେଇଥିଲା । ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇଥିବା ଶତାଧିକ ଲୋକ ଭୟ ଭୀତ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ଼ କରିଥିଲେ । ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ପୁରୁଷ ମହିଳାଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।
ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଆନ୍ତର୍ଗଜ ୧୦ ନଂ ୱାର୍ଡରେ ଗତକାଲି ବିଳମ୍ବିତ ରାତ୍ରିରେ ଭାଗବତ ପାରାୟଣ ସପ୍ତା ପାଳନ ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇ ତଦନୁଯାୟୀ ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହଣ୍ଡାରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖିବାକୁ ମିଳିଥିଲା । ଫଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ବିଶେଷ କରି ବିଷାକ୍ତ ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲ ଆସି ଥିଲେ। ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବହୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ତେବେ ସ୍ୱାସ୍ଥ୍ୟକେନ୍ଦ୍ର ରେ ପରୀକ୍ଷା ନିରୀକ୍ଷା ପରେ ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇ କେହି ଗୁରୁତର ହୋଇନଥିବା ଜଣାପଡିଥିଲା । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥକେନ୍ଦ୍ରରେ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚାରିବାରୁ ବିଷଧର ସାପ ଦଂଶନ କଲେ ସାପ ଦାନ୍ତରୁ ନିର୍ଝର ବିଷ ଗୁଡିକ ପ୍ରାଣୀ ଙ୍କ ଶିରାପ୍ରଶିରା ରେ ପ୍ରବାହିତ ହୋଇ ଜୀବନହାନୀ ଘଟାଇଥାଏ । ମାତ୍ର ସାପ ଦେହରେ ବିଷ ନଥାଏ । ଭିନ୍ନ ସାମ୍ପ୍ରଦାୟର ଲୋକମାନେ ସାପକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ବୋଲି ଡାକ୍ତର ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଫେରିଥିବା ଲୋକମାନଙ୍କ ମଧ୍ୟରେ ଭୟ ଦୂର ହୋଇଥିଲେ ମଧ୍ୟ ଆଶଙ୍କା ଲାଗି ରହିଛି ।
ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାଇ ଚିତି, ରଣା, ବୋଡା ଓ ଝିଟିପଟି ଚମଡା ବା କାତିରେ ବିଶ ଥାଏ । ସେ ସାପ ଖଦ୍ୟରେ ପଡିବା ମାତ୍ରେ ବିଶାକ୍ତ ହୋଇଯାଏ । ଯାହା ଶରୀରକୁ ହାନି ପହଁଚାଏ । ମାତ୍ର ଅନ୍ୟ ସାପ ରାଗିଲେ ଏକ ତରଳ ବିଶ ନିର୍ଗତ ହୁଏ । ଚୋଟ ମାରିଲେ ବିଶ ଶରିରରେ ପ୍ରବେଶ କରି ହାନି ପହଁଚାଏ ।ସାଧାରଣତଃ ରନ୍ଧା ହୋଇଥିବା ବିଷାକ୍ତ ସାପ ଖାଇବାକୁ ନିରାପଦ ବୋଲି ବିବେଚନା କରାଯାଏ । କାରଣ ରନ୍ଧା ହେଲେ ପାକସ୍ଥଳୀ ଏସିଡ୍ ଦ୍ୱାରା ବିଷ (ପ୍ରୋଟିନ୍) ନଷ୍ଟ ହୋଇଯାଏ। ତଥାପି, ଯଦି ପାଟି, ଗଳା କିମ୍ବା ପେଟରେ କୌଣସି ଘା କିମ୍ବା କ୍ଷତ ଥାଏ, ତେବେ ବିଷ ରକ୍ତ ପ୍ରବାହରେ ମିଶି ମାରାତ୍ମକ ହୋଇପାରେ। ସାପର ବିଷ ଗ୍ରନ୍ଥି ଦ୍ୱାରା ଉତ୍ପାଦିତ ହୁଏ ଏବଂ ସାପର ମୁଣ୍ଡର ପଛପଟେ ଆଖି ପଛରେ ଥିବା ଆଲଭିଓଲିରେ ସଂରକ୍ଷିତ ହୁଏ। ବିଷ କେବଳ ଏହି ସ୍ଥାନରେ ରହିଥାଏ। ବିଷ ସାପର ଶିରା ମାଧ୍ୟମରେ କିମ୍ବା ତାର ମାଂସପେଶୀ (ମାଂସ) ମାଧ୍ୟମରେ ବହନ କରାଯାଏ ନାହିଁ। ଯଦି ଆପଣ ମୁଣ୍ଡ କାଟି ଦିଅନ୍ତି, ତେବେ ଏହା ଖାଇବା ପାଇଁ ନିରାପଦ ହେବା । ଯଦି ମୁଣ୍ଡକୁ ଖାଇବେ ଏହା କ୍ଷତିକାରକ ବୋଲି ସେ କହିଛନ୍ତି ।

