ଗୁଲନଗର ଉଚ୍ଚ ବିଦ୍ୟାଳୟ ୭୪ ବ୍ୟାଚର ବନ୍ଧୁମିଳନ



କେନ୍ଦ୍ରାପଡ଼ା,୧୧ା୨:ଗୁଲନଗର ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୭୦ ଓ ଉଚ୍ଚ ବିଦ୍ୟାଳୟ ୧୯୭୪ ବ୍ୟାଚର ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସଂଜୀବନୀ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଦୀର୍ଘ ଦିନ ପରେ ପରସ୍ପରକୁ ଭେଟି ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଂଗଠନ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ସଭାରେ ଇହଧାମ ତ୍ୟାଗ କରିଥିବା ଶିକ୍ଷକ ଓ ବିଦ୍ୟାର୍ଥୀ ମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପାର୍ଥନା କରାଯାଇଥିଲା। ସମ୍ପାଦିକା ମମତା ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସମ୍ପାଦକ ରାମଚନ୍ଦ୍ର ପଣ୍ଡା ବିଗତ ଦିନର ସ୍ମୃତି ରୋମନ୍ଥନ କରିଥିଲେ। ସଂଗଠନର ସଂଯୋଜକ ବରିଷ୍ଟ ଜୀବନ ବୀମା ଅଭିକର୍ତ୍ତା ଲକ୍ଷ୍ମୀକାନ୍ତ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ସାବିତ୍ରୀ ସାହୁ, ମମତା ବଳ, ଗୋକୁଳି ପ୍ରଧାନ, ବସନ୍ତ ବେହେରା, ନିରଞ୍ଜନ ପାତ୍ର, ପଦ୍ମାବତୀ ସାହୁ, ବାନାମ୍ବର ନାୟକ, ନଳିନୀକାନ୍ତ ନାୟକ, ସାବିତ୍ରୀ କର, ନୟନାରାଣୀ ପଣ୍ଡିତ, ପଞ୍ଚାନନ ଦାଶ, ଗୟାସୁଦ୍ଦିନ ଖାଁ, ଉପଦେଷ୍ଟା ତଥା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁ, ପ୍ରହଲ୍ଲାଦ ପ୍ରଧାନ, ଅନ୍ନପୂର୍ଣ୍ଣା ସାହୁ, ମୀରାରାଣୀ ଶତପଥି ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଶ୍ରୀ ଦାଶ ସୂଚନା ଦେଇଥିଲେ। ଦୀର୍ଘ ୫୬ ବର୍ଷ ପରେ ପୁରୁଣା ବନ୍ଧୁମାନେ ଏକାଠି ହୋଇ ପୁରୁଣା ସ୍କୃତିକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ। ବାକି ଜୀବନ ସମାଜସେବା କରି ବିତାଇ ଦେବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ଲକ୍ଷ୍ମୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading