
ପଟ୍ଟାମୁଣ୍ଡାଇ ତା୨୨/୩ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡି ସାହି ଜୟହିନ୍ଦ ହାଇସ୍କୁଲର ୧୯୯୦ ମାଟ୍ରିକ ବ୍ୟାଚର ବିଦ୍ୟାର୍ଥୀଙ୍କ ପକ୍ଷରୁ ରବିବାର ଗୁରୁପୂଜନ ଓ ବନ୍ଧୁମିଳନ ସ୍କୁଲ ପରିସରରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ରଞ୍ଜିତ କୁମାର ରାଉତ,ପ୍ରାକ୍ତନ ଶିକ୍ଷକ ଚତୃର୍ଭୁଜ ରାଉଳ, କେଦାର ଚନ୍ଦ୍ର ପ୍ରଧାନ, ସୁରେଶ ଚନ୍ଦ୍ର ନାୟକ, ଦୁଃଶାସନ ଜେନା ଓ ଭଗବାନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେI ଏହି ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ରେ ମଂଚାସୀନ ସମସ୍ତ ଶିକ୍ଷକଙ୍କୁ ଧୂପ ଦୀପ ଫୁଲ ଚନ୍ଦନ ଦେଇ ଛାତ୍ର ଛାତ୍ରୀକରାଯାମାନେ ପୂଜାର୍ଚନା କରିବା ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ବ୍ୟାଚ ପକ୍ଷରୁ ସ୍ଥାପନ କରାଯାଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା।ପୁରାତନ ଛାତ୍ର ସୁବ୍ରତ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଅଶୋକ କୁମାର ରାଉତ ସ୍ୱାଗତ ଭାଷଣ ଓ ଅଶ୍ୱିନୀ ବିଶ୍ୱାଳ ମାନପତ୍ର ପାଠ କରିଥିଲେ । ଦୀର୍ଘ ୩୬ ବର୍ଷ ପରେ ନିଜର ସାଙ୍ଗ ସାଥିଙ୍କୁ ନିଜ ସ୍କୁଲ ପରିସରରେ ଏକାଠି ପାଇ ପୁରାତନ ଛାତ୍ର ଛାତ୍ରୀମାନେ ଭାବବିହ୍ଵଳ ହୋଇ ପଡିବା ସହିତ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଶପଥ ନେଇଥିଲେ। ଶେଷରେ ସୁବ୍ରତ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ବିପ୍ଳବ ବିଶ୍ୱାଳ, ରଶ୍ମିରଞ୍ଜନ ରାଉତ ପର୍ଶୁରାମ ପରିଡା, ରଞ୍ଜନ ମହାନ୍ତି, କଲ୍ୟାଣୀ ମଲ୍ଲିକ ଓ ଅଞ୍ଜନା ଦାସ ପରିଚାଳନା କରିଥିଲେ I ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା I

