କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିଏସନର ବଡ଼ ସଫଳତା



କେନ୍ଦ୍ରାପଡା ୯/୩- ଚଳିତ ବର୍ଷ ମାର୍ଚ୍ଚରେ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ରଗବି ସିନିଅର ଚାମ୍ପିୟନସିପ ୨୦୨୬ ରେ କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିସନରୁ ମୋନାଲିସା ନାୟକ, ସିପା ସେଠି, ଶୁଭଲକ୍ଷ୍ମୀ ବାରିକ ତିନି ଜଣ ମହିଳା ଖେଳାଳୀ ସ୍ଥାନ ପାଇଛନ୍ତି। କେନ୍ଦ୍ରାପଡା ର ଅରୁଆକଦଳୀବଣ ସ୍ଥିତ ବାଳାଶ୍ରମ, ମାର୍ଶାଘାଇ ବାଲିକୁଦା, ପତ୍ରପୁର ଓ ପଟାମୁଣ୍ଡାଇ ଏମ ନ ହାଇସ୍କୁଲ ଠାରେ ପିଲାମାନେ ଆସୋସିଏସନ ତତ୍ୱାବଧାନରେ ଅଭ୍ୟାସ କରି ଆସୁଥିଲେ। କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଟେଲିଫୋନ ମାଧ୍ୟମରେ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା ର ବିଭିନ୍ନ ବର୍ଗର ଲୋକମାନେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଖେଳାଳୀ ମାନଙ୍କ ନିମନ୍ତେ ସରକାରୀ ସହାୟତା ମିଳିଲେ ଜିଲ୍ଲାରୁ ଆହୁରି ଅଧିକ ପିଲା ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରରେ ସ୍ଥାନ ପାଇପାରିବେ ବୋଲି କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିଏସନ ସଭାପତି ଲୋହିତ କୁମାର ମହାନ୍ତି, ସମ୍ପାଦକ ସିଲନ କୁମାର ସାମନ୍ତରାୟ ଅସାବ୍ୟକ୍ତ କରିଛନ୍ତି।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading