- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୧ରେ ସାମୁହିକ ଗଣବିବାହ
କେନ୍ଦ୍ରାପଡ଼ା,୧୦ା୪:ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆସନ୍ତା୨୧ ତାରିଖରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଖେଳ ପଡିଆରେ ସାମୁହିକ ଗଣ ବିବାହ ଆୟୋଜିତ ହେବ। ଏହି ଗଣ ବିବାହରେ ମୋଟ ୬୦ଟି ଦମ୍ପତି ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବା ପାଇଁ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିବାହ ମଣ୍ଡପ ବ୍ୟବସ୍ଥା, ପାଣିଯୋଗାଣ, ବିଦ୍ୟୁତ…
- ତିନିମୁହାଣୀ- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ବାଲିଗଦା
ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କେନ୍ଦ୍ରାପଡ଼ା,୧୧ା୪:ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ ବାଲିଗଦା କରାଯାଇଛି। ଅଭିଯୋଗ ଅନୁଯାୟି ତିନିମୁହାଣୀ- ନୂଆବସଷ୍ଟାଣ୍ଡ ମୁଖ୍ୟ ରାସ୍ତାର କଜଳାସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଓ ଅର୍ବାନବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ଉପରେ ପ୍ରାୟ ତିନି ଟ୍ରକ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସେହି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯିବାରୁ ସେହି ରାସ୍ତା ଦେଇ ଗାଡିମଟର ଓ ପଥଚାରୀମାନେ ଯିବା ଆସିବା କରିବାରେ ଗୁରୁତର ବାଧା…
- ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ନିମ୍ନମାନର ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ରାଜପଥ କତ୍ତୃପକ୍ଷ
କେନ୍ଦ୍ରାପଡ଼ା,୧୧ା୪:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କୁ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଫଳରେ ସେହି ନିର୍ମାଣାଧିନ ରାସ୍ତାର ବିଭିନ୍ନ ଅଂଶ…
- ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୯ା୪:ଓଡ଼ିଆ ପକ୍ଷର ନବମ ଦିନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଠକୀୟ ଅଭ୍ୟାସ ବୃଦ୍ଧି ପାଇଁ ପୁସ୍ତକ ମେଳା ଓ ପୁସ୍ତକ କ୍ରୟ ଅଭିଯାନ “ଆସ ବହିଟିଏ କିଣିବା” ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ରଘୁରାମ ଆର.ଆୟର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯାନକୁ ସମର୍ଥନ କରିଥିଲେ ଏବଂ ସମସ୍ତଙ୍କୁ ପଢ଼ିବା ଅଭ୍ୟାସ ଗଢ଼ି ତୋଳିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ପୁସ୍ତକ ପଢ଼ିବା ମାନବ ଜୀବନରେ ଜ୍ଞାନ ବୃଦ୍ଧି ସହିତ ସଚେତନତା ଓ ମୂଲ୍ୟବୋଧ ଗଢ଼ି ତୋଳିବାରେ…
- ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା , ପୌରାଂଚଳବସୀ ମୌଳିକ ସୁବିଧାରୁ ବଂଚିତ
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲମ୍ବା ଲମ୍ବା ଭାଷଣ ଦିଆଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରଶାରଣ ହେଉଛି । ହେଲେ ସହରର ବିକାଶମୂଳକ କାର୍ଯ୍ୟ, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ଏବଂ ଆଲୋକୀକରଣ ଜନସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ…
- ବିଶିଷ୍ଟ ଜନନାୟକ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବି
କେନ୍ଦ୍ରାପଡ଼ା,୯ା୪:ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ଉପବାଚସ୍ପତି ଯଦୁମଣି ମଙ୍ଗରାଜଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରେ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟନାୟକ, ପ୍ରାକ୍ତନମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ପ୍ରାକ୍ତନ ସାଂସଦ ଜୟନ୍ତୀ ପଟନାୟକଙ୍କ ଦ୍ୱାରା ୧୯୮୭ ମସିହାରେ ଉଦ୍ଘାଟିତ କରାଯାଇଥିଲା। ସେହିଦିନ ଠାରୁ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓ ସହରର ବୁଦ୍ଧିଜିବୀ, ରାଜନୈତିକ ବ୍ୟକ୍ତିବିଶେଷ, ବିଭିନ୍ନ ସାମାଜିକ ସଂଗଠନ ପ୍ରତିବର୍ଷ ତାଙ୍କର ଜୟନ୍ତୀ ଓ ଶ୍ରାଦ୍ଧଦିବସକୁ…
- ପୋଖରିଆପଡ଼ା ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ
ପଟ୍ଟାମୁଣ୍ଡାଇ ୦୮/୦୪ ବହୁ କିମ୍ବଦନ୍ତୀ ବହନ କରି ଆସିଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ପୋଖରିଆପଡ଼ା ଗ୍ରାମର ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ଜଗବନ୍ଧୁ ନାୟକ ଏବଂ ପୂଜକ ଲକ୍ଷ୍ମଣ ଦାଶ ଓ ଜିତେନ୍ଦ୍ର ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଝାମୁ ଯାତ୍ରାରେ ମା ମଙ୍ଗଳାଙ୍କ ଷୋଡ଼ଶ ଉପଚାର ପୂଜା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଘଟସ୍ଥାପନ, ହୋମ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବିମାନରେ…
- ପୁନର୍ବାସ ପକ୍ଷରୁ ବିଶ୍ୱ ଅଟିଜିମ୍ ଦିବସ ପାଳିତ
କେନ୍ଦ୍ରାପଡା ୩/୪: ଯୌଥ ପାରିବାରିକ ବ୍ୟବସ୍ଥା ବଦଳରେ ଏକକ ପରିବାରର ଆଦୃତି ଓ ଏହା ସହିତ କରୋନା ମହାମାରୀକାଳୀନ ସାମାଜିକ ବିଛିନ୍ନତା ପ୍ରଭୃତି ସମ୍ପ୍ରତି ଅଟିଜିମ ପରି ଏକ ସ୍ନାୟୁବିକାଶଗତ ବିଶୃଙ୍ଖଳତା ଦ୍ୱାରା ଶିଶୁମାନେ ବହୁ ଭାବରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଏହିପରି ଏକ ବିକାଶଗତ ବିଲକ୍ଷଣ ଥିବା ଅଟିଜିମ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜିମ ସଚେତନତା ଦିବସରୂପେ ପାଳନ କରାଯାଇ ଆସୁଅଛି। ଏଥିପାଇଁ କେନ୍ଦ୍ରାପଡ଼ା…
- ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରଦ୍ଧାଞ୍ଜଳି ଦିବସ
କେନ୍ଦ୍ରାପଡ଼ା,୪ା୪:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅବିଭକ୍ତ କଟକ ଜିଲ୍ଲାର ପ୍ରଥମ ମହିଳା ତଥା ରାଜନଗରର ପ୍ରଥମ ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଗରାପୁର ଠାରେ ଅନୁଷ୍ଠିତ ହେଇ ଯାଇଛି। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ତାଙ୍କ ଡାକରାରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସରସ୍ୱତୀ ଦେବୀ ଜେଲ ଯାଇଥିଲେ। ନାରୀ ଶିକ୍ଷାର ପ୍ରସାର, ଦୁର୍ଗମ ଅଞ୍ଚଳକୁ ପାଦରେ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିବା, ଜଳକଷ୍ଟରୁ ରକ୍ଷା ପାଇଁ ସେତେବେଳେ ବ୍ୟାପକ ପୋଖରୀ ଖୋଳାଇବା,…
- ମାଟିବଂଶ ପକ୍ଷରୁ ସମୂହ ବ୍ରତୋପନୟନ
କେନ୍ଦ୍ରାପଡ଼ା,୪/୪: କେନ୍ଦ୍ରାପଡା ଜିଲ୍ଲାର ଟାଉନ୍ ବଳରାମପୁରସ୍ଥ ସ୍ୱପ୍ନେଶ୍ୱର ମହାଦେବ ପ୍ରାଙ୍ଗଣରେ ରାଜ୍ୟ ସ୍ତରୀୟ ସମୂହ ବ୍ରତୋପନୟନ ମାଟିବଂଶ ଅବଧାନଙ୍କର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପୟନ “ମାଟିବଂଶ ଅବଧାନ ସମାଜ”ଓଡିଶା ଦ୍ୱାରା ଆୟୋଜନ କରାଯାଇ ୧୫ଜଣରୁ ଉର୍ଦ୍ଧ୍ୱ ବାଳକ ବ୍ରହ୍ମଚାରୀ ହେବା ସହ ୫୦ଜଣ ଉପବୀତ ଗ୍ରହଣ କରିଥିଲେ । ଏହି ଗଣବ୍ରତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଗୋବିନ୍ଦପୁରର ଶିଦ୍ଧଗିରୀ ମଠର ମହନ୍ତ ବାବାଜୀ ବିଶ୍ୱନାଥ ଦାସ ଏବଂ ସମ୍ମାନୀୟ ଅତିଥି…