

ପଟ୍ଟାମୁଣ୍ଡାଇ ତା ୧୭/୭- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଶ୍ରୀନୀଳମାଧବ ଜିଯୁଙ୍କ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ପ୍ରତ୍ୟୁଷରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କର ଯଥାଵିଧି ପୂଜା ଅର୍ଚନା କରିଥିଲେ । ବେଳତଳ ମାଉସୀ ମା ମନ୍ଦିର ସଦସ୍ୟମାନେ ସରୋଜ ପାଢୀଙ୍କ ନେତୃତ୍ୱରେ ନୀଳମାଧବ ଜିଯୁଙ୍କ ମନ୍ଦିରକୁ ଆସି ରଥଯାତ୍ରା ରେ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ବ୍ରାହ୍ମଣ ପଣ୍ଡିତମାନେ ମନ୍ତ୍ର ଧ୍ଵନି ମଧ୍ୟରେ ପହଣ୍ଡି ବିଜେ କରାଯିବା ପରେ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା । ବନ୍ଧପଡା ରାମେଶ୍ଵରଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବାପରେ ରଥ ଯାତ୍ରା ପାଇଁ ଵିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ନୀଳମାଧବଜିଯୁଙ୍କ ରଥ ସମ୍ମୁଖରେ ଅଶୋକ କୁମାର ଦାଶ ଛେରା ପଂହଁରା କରିଥିବାବେଳେ ସଭାପତି ରାଜକିଶୋର ତ୍ରିପାଠୀ ସମ୍ପାଦକ ବୀରେନ୍ଦ୍ର ପ୍ରଧାନ,କାଉନ ସିଲର ଗୋପୀବଲ୍ଲଭ ନାୟକ ପୂର୍ବତନ କାଉନସିଲର ତ୍ରିଲୋଚନ ପଣ୍ଡା ଓ ସନାତନ ବିଶ୍ୱାଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ରଥ ଯାତ୍ରା ପାଇଁ ସମଗ୍ର ଅଂଚଳ ଉତ୍ସବମୁଖର ହୋଇପଡିଥିଲା । ଏହି ରଥଯାତ୍ରାରେ ଆଖପାଖ ଅଂଚଳର ହଜାର ହଜାର ପୁରୁଷ ମହିଳା ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ରଥ ଟାଣି ଥିଲେ । ହଜାର ହଜାର ପୁରୁଷ ଓ ମହିଳାମାନେ ପ୍ରଭୁଙ୍କ ରଥକୁ ଟାଣି ଟାଣି ବେଳତଳ ବାସୁଦେବଙ୍କ ନିକଟ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ରଥ ମାଉସୀ ମା ମନ୍ଦିର ନିକଟରେ ପହଂଚିବା ପରେ ପରମହଂସ ପ୍ରଜ୍ଞା ନାନନ୍ଦ ରଥ ଉପରେ ଆଳତି କରିଥିଲେ । ଏଥିରେ ମୁଖ୍ୟପୂଜକ ନବକିଶୋର ପଣ୍ଡା, ସ୍ମୃତିରଞ୍ଜନ ପାଢୀ ,ରମେଶ ମହାରଣା ପ୍ରଦୀପ ନାୟକ ପ୍ରମୋଦ ସାହୁ,ଗୌରାଙ୍ଗ ମହାନ୍ତି , ରାଜେଶ ମହାରଣା. ଜ୍ଞାନେନ୍ଦ୍ର ଆଚାର୍ଯ୍ୟ ସୁଶାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିବାବେଳେ ମାଉସୀ ମା ମନ୍ଦିର କମିଟି ସଦସ୍ୟ ରଶ୍ମିରଞ୍ଜନ ପାଢୀ , ସୁଧାଂଶୁ ଦାଶ , ବିଭୁତି ଭୂଷଣ ଦାଶ , ପୁରୁଷୋତମ ସାହୁ , ଶ୍ରୀବତ୍ସ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply