

ପଟ୍ଟାମୁଣ୍ଡାଇ ତା ୧୭/୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତର ଶ୍ରୀରାମ ଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନ ସରକାରୀ ନିର୍ଦେଶନାମା ଅନୁଯାୟୀ ସମାପ୍ତ ହୋଇଛି I ଏହି ନିର୍ବାଚନରେ ୧୫ଜଣ ସଭ୍ୟ ଭାଗ ନେଇଥିଲେ I ଏଥିରେ ସତ୍ୟ ରଞ୍ଜନ ବେହୁରା ସର୍ବାଧିକ ଭୋଟ ପାଇ ସ୍କୁଲ ପରିଚାଳନା କମିଟି ସଭାପତି ଭାବେ ନିର୍ବାଚିତ ହୋଇ ଛନ୍ତି I ପଙ୍କଜିନି ରାଉତ ଉପସଭାପତି ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି I ନବ ନିର୍ବାଚିତ ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ଛାତ୍ରାଭିଭାବ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ନିର୍ବାଚନବେଳେ ପ୍ରଧାନଶିକ୍ଷୟତ୍ରୀ ପ୍ରମିଳା ମହାପାତ୍ର ଓ ସି ଆର ସି ସି ଲଷ୍ମଣ ସେଠୀ ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I ନୂତନ କର୍ମକର୍ତ୍ତା ମାନଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଶ୍ରୀରାମ ଫାଉଣ୍ଡେସନ ଅଧକ୍ଷ ଉତ୍ତମ ଖୁଣ୍ଟିଆ,ସରପଞ୍ଚ ସସ୍ମିତା ସେଠୀ ପ୍ରେମରଞ୍ଜନ ପଣ୍ଡା,ଦଳିତନେତା ପ୍ରତାପ ସେଠୀ ଶିକ୍ଷାବିତ ନଟବର ସେଠୀ,ପ୍ରେମାନନ୍ଦ ସେଠୀ ବିପିନ ସେଠୀ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି I

Leave a Reply