

କେନ୍ଦ୍ରାପଡ଼ା ୧୭ / ୭ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଅବସରରେ କେନ୍ଦ୍ରାପଡ଼ାରୁ ପ୍ରକାଶିତ ଶ୍ରୀତାଳଧ୍ୱଜ ପତ୍ରିକାର ନବମ ସଂଖ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର ଆୟରଙ୍କ ଉପସ୍ଥିତରେ ଉନ୍ମୋଚିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ, ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ପ୍ରମେୟ ବ୍ୟୁର ଚିଫ ଦେବେନ୍ଦ୍ର ସୁଆର, ସମ୍ପାଦକ ସରୋଜ କୁମାର ମହାନ୍ତି, ଉପଦେଷ୍ଟା ରବିନାରାୟଣ ପତି, ସହଯୋଗୀ ସମ୍ପାଦକ ହୃଷିକେଶ ପଣ୍ଡା, ଆଡଭୋକେଟ ବଳରାମ ସାହୁ, ସାମ୍ବାଦିକ ଜୀବନ ସିଂହ ଉପସ୍ଥିତ ଥିଲେ । ୧୮ଟି ମୂଲ୍ୟବାନ ପ୍ରବନ୍ଧ ସହିତ ପତ୍ରିକାଟି ୧୨୦ ପୃଷ୍ଠାର ହୋଇଛି । ଏହାର ମୂଲ୍ୟ ମାତ୍ର ପଚାଶ ଟଙ୍କା ରହିଛି । ବିଶିଷ୍ଟ ସାହିତ୍ୟିକ ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନଙ୍କ ଦ୍ୱାରା ଲିଖିତ ଏବଂ ୧୯୬୯ ମସିହାରେ ପ୍ରକାଶିତ “ତୁଳସୀ ବିଳାସ’ କାବ୍ୟଟି ସମ୍ପୂର୍ଣ ରୂପେ ଏଥିରେ ପ୍ରକାଶିତ ହୋଇଛି । ବିଶୁଦ୍ଧ ବଳଦେବ ଚେତନା ଆଧାରରେ ଏଇଟି ଓଡ଼ିଆ ଭାଷାର ଏକମାତ୍ର ପତ୍ରିକା । ଆଶା କରାଯାଏ ଏହା ପାଠକ ମହାଲରେ ଆଦୃତ ହେବ ।

Leave a Reply