ଦୁଇ ବର୍ଷୀୟାନ୍ ସାହିତ୍ୟିକଙ୍କୁ ଜାଗରୂକ ସମ୍ମାନ



କେନ୍ଦ୍ରାପଡା ୧୭/୭ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଯୁବ ସାହିତ୍ୟାନୁଷ୍ଠାନ ‘ଜାଗରୂକ’ ପକ୍ଷରୁ ସ୍ଥାନୀୟ ମାଧପୁର ଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ ଉତ୍ସବରେ ଜିଲ୍ଲାର ଦୁଇ ବର୍ଷୀୟାନ୍ ସାହିତ୍ୟିକଙ୍କୁ ‘ଜାଗରୂକ ସମ୍ମାନ’ ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ସହର ମଧ୍ୟଖଣ୍ଡି ଗ୍ରାମର ବିଶିଷ୍ଠ ଗବେଷକ ଓ ସାହିତ୍ୟିକ ଡ଼ ସୁବାଷ ମହାପାତ୍ର ଏବଂ ଅଯୋଧ୍ୟା ନଗରର ନିବାସୀ ବରିଷ୍ଠ କବି ରମେଶ ପ୍ରତାପଙ୍କୁ ସେମାନଙ୍କ ଜୀବନବ୍ୟାପୀ ସାରସ୍ୱତ ସାଧନା ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଏହା ପ୍ରଦାନ କରାଯାଇଅଛି ବୋଲି ଅନୁଷ୍ଠାନର ଆଦ୍ୟ ସମ୍ପାଦକ ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ନନ୍ଦକିଶୋର ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ୱର୍ଦ୍ଧିତ ପ୍ରତିଭାଙ୍କ ସାରସ୍ୱତ ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ରୂପେ ପ୍ରତିଷ୍ଠାନର ଆଦ୍ୟ ସଂଯୋଜିକା ତଥା ସଂପ୍ରତି ଜଗତସିଂହପୁର ଜିଲ୍ଲା ନ୍ୟାୟାଳୟର ସ୍ୱତନ୍ତ୍ର ମହିଳା କୋର୍ଟର ବରିଷ୍ଠ ବିଚାରପତି ପ୍ରଜ୍ଞା ପାରମିତା ମହାପାତ୍ର ଯୋଗଦେଇ ସାହିତ୍ୟର ଅନୁଭବ ବିଚାର ପ୍ରକ୍ରିୟାର ଏକ ଅଦୃଶ୍ୟ ଅଙ୍ଗ ପରି ସହବସ୍ଥାନ କରେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ଆଦ୍ୟ ସଭାପତି ମନୋଜ ଦାସଙ୍କ ସଂଚାଳନାରେ ବରିଷ୍ଠ କବି ମନ୍ମଥ ନାଥ ବରାଳ, କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି, ଅଲେଖ ଚନ୍ଦ୍ର ଦାସ, ନୃସିଂହ ଚରଣ ତ୍ରିପାଠୀ, ଅମର ପ୍ରସାଦ ରାଉତ, ପ୍ରେମାନନ୍ଦ ଜେନା,ରଞ୍ଜନ କୁମାର ବାଇ, ଗୋଲାପ ରାଉତ ପ୍ରମୁଖ ସ୍ୱବକ୍ତବ୍ୟ ରଖିବା ସହ କବିତା ପାଠ କରିଥିଲେ। ସଭାରେ ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଶାସନ ଅଧିକାରୀ ଜଗମୋହନ ହୋତା, ଚନ୍ଦ୍ରମଣି ମଲ୍ଲିକ, କ୍ଷୀରୋଦ କର,ଆଭାସ ପ୍ରତାପ, ପର୍ଶୁରାମ ତ୍ରିପାଠୀ ପ୍ରମୁଖ ରହିଥିଲେ। ବରିଷ୍ଠ ସଭ୍ୟ ବଂଶୀଧର ମହାନ୍ତି, କମଳାକାନ୍ତ ବେହେରା ଓ ଧରଣୀଧର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ତିନିଦଶନ୍ଧି ତଳେ କେନ୍ଦ୍ରାପଡା ଜିଲ୍ଲାର ସୃଜଶୀଳ ତରୁଣମାନଙ୍କ ଦ୍ୱାରା ଏହି ସାହିତ୍ୟି ପ୍ରତିଷ୍ଠାନ ଗଠନ କରାଯାଇଥିଲା।ଅ


Be the first to comment

Leave a Reply

Your email address will not be published.