
- ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ବିଭାଗ,
- କେନାଲ ଜଳ ଯୋଗାଣ,
- ନିର୍ମାଣଧୀନ ମେଗା ପ୍ରକଳ୍ପର ସମୀକ୍ଷା,
- ବ୍ୟାରେଜ୍ ନିର୍ମାଣର ଆକଳନ

ପଟ୍ଟାମୁଣ୍ଡାଇ ୨୫/୭ –ପଟ୍ଟାମୁଣ୍ଡାଇ ଅଂଚଳର ଜଳ ସେଚନ, ନିକାସ ଓ ପାନୀୟ ଜଳ ସମସ୍ୟାକୁ ନେଇ ରାଜନଗର ବିଧାୟକ ଧ୍ରୁବ ସାହୁ ବିଧାନସଭା ଓ ବିଭାଗୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବା ପରେ ଶେଷରେ ତତ୍ପରତା ପ୍ରକାଶ କରିଛି ଜଳ ସମ୍ପଦ ବିଭାଗ। ଆଜି ଜଳ ସମ୍ପଦ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବ୍ରାହ୍ମଣୀ ନଦୀର ଜଳ ଐତିହାସିକ ଅଳଭା ଲକ୍ ଦେଇ ଗୋବରୀ କେନାଲ ସମେତ ଏହାର ଶାଖା କେନାଲଗୁଡ଼ିକୁ ସୁଚାରୁରୂପେ ଜଳ ଯୋଗାଣ କରିବା ପାଇଁ ବିସ୍ତୃତ ଆକଳନ କରିଥିଲେ। ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ହେଭି-ଡ୍ୟୁଟି ମୋଟର ଯୋଗେ ବ୍ରାହ୍ମଣୀ ନଦୀରୁ ପାଣି ଉଠାଯାଇ ଉତିକଣ ଚାଷ ଜମିକୁ ଛଡା ଯାଇପାରିବ ବୋଲି ଆକଳନ କରିଥିଲେ । ଏହାଦ୍ୱାରା କେନାଲର ଶେଷ ମୁଣ୍ଡ ଯାଏଁ ଜଳ ଯୋଗାଣ ସୁନିଶ୍ଚିତ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ଏଥିସହିତ ଅଧିକାରୀ ଦଳ ଶ୍ରୀରାମପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ଇନଟେକ ୱେଲ୍ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଯଦି ପାଳପାଳପାଟଣା ଗ୍ରାମ ନିକଟରେ ଏକ ନୂତନ ବ୍ୟାରେଜ୍ ନିର୍ମାଣ କରଯାଏ ତେବେ ମେଗା ଜଳ ପ୍ରକଳ୍ପକୁ ଉପେଯାଗୀ ହୋଇପାରିବ ବୋଲି ସେମାନେ ଜାଣିବାକୁ ପାଇଥିଲେ। ସେହିପରି ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ଓ ବନ୍ୟା ସମସ୍ୟାର ସମାଧାନ ପାଇଁ ମଦନପୁର କଟ୍ ଏବଂ ନାରଣପୁର ଲକ୍ ନିକଟରେ ପହଁଚି ବନ୍ୟା ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରିଥିଲେ। ଅଂଚଳବାସୀଙ୍କୁ ଜଳସେଚନ, ସୁରକ୍ଷିତ ପାନୀୟ ଜଳ ଓ ବନ୍ୟା କବଳରୁ ମୁକ୍ତି ଦେବା ପାଇଁ ସମସ୍ତ ଯୋଜନାକୁ ଅବଶ୍ୟକ ଓ ବୌଶୟୀକ ଅନୁଧ୍ୟାନ କରି ସୁଚାରୁପେ କାର୍ଯ୍ୟାନ୍ୱୟନ କରିବାକୁ ସେମାନେ ସରକାରଙ୍କ ନିକଟ ପ୍ରସ୍ତାବ ରଖିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଅବିନାଶ ରାଉଳ ମତବ୍ୟକ୍ତ କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ରାଜନଗରତ ବିଧାୟକ ଧ୍ରୁବ ସାହୁ, ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ, ଅବିନାଶ ରାଉଳ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାର ମୁଖ୍ୟଯନ୍ତ୍ରୀ ହରେକୃଷ୍ଣ ବେହେରା, ମେଗା ଉଠା ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋଜ ବେହେରା, କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ ମଲ୍ଲିକ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ମ୍ୟୁନିସପାଲିଟି ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗର ସହନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ ଓ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଦିପ୍ତିରଞ୍ଜନ ବେହୁରା, ସୁନିଲ ନାୟକଙ୍କ ସମେତ ସ୍ଥାନୀୟ ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଗେଶ୍ୱର ଲେଙ୍କା, କଳାକାର ପ୍ରଧାନ, ସରପଞ୍ଚ ଲଷ୍ମୀପ୍ରିୟା ଷଡ଼ଙ୍ଗୀ, ପ୍ରିୟବ୍ରତ ଓଝା, ସଂଗ୍ରାମ କେଶରୀ ବାରିକ,ପ୍ରତାପ ସେଠି, ସମିତି ସଭ୍ୟ ମାନସ ମଳିକ,ସମାଜସେବୀ ଉତ୍ତମ ଖୁଣ୍ଟିଆ, କୃଷକ ନେତା ପୂର୍ଣଚନ୍ଦ୍ର ସିଂ,ପୂର୍ବତନ ସରପଞ୍ଚ ମିନତୀ ପାତ୍ର,ସୁବାଷ ଖଟୁଆ, ରୁଦ୍ରନାରାୟଣ ସାମନ୍ତରାୟ,ଶଶିଭୂଷଣ ପଣ୍ଡା, ପ୍ରେମାଞ୍ଜନ ପଣ୍ଡା, ପ୍ରେମାନନ୍ଦ ସେଠି, ବାପି ସାମଲ, ପବିତ୍ର ପାତ୍ର, ସତ୍ୟରଞ୍ଜନ ବେହେରା, ମୁନୁ ରାଉତ, କୁନା କୁଣ୍ଡ,ବିକାଶ ପାତ୍ର, ସଞ୍ଜୟ ରାଉତଙ୍କ ସମେତ ବହୁତ ଚାଷୀଭାଇ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply