ଅଳପୁଆ ଦାମୋଦରପାଟଣା ଗ୍ରାମରୁ ଚୋରୀଚା , ଚୌଦକୁଲାଟ ଫାଣ୍ଡିରେ ଏତଲା


ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର କନକଲତା ଦାସଙ୍କ ଘରେ ଏକ ବଡ଼ଧରଣର ଚୋରୀ ହୋଇଛି । ଏ ସମ୍ପର୍କରେ କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି । ଫାଣ୍ଡିରେ ହୋଇଥିବା ଏତଲା ଅନୁଯାୟୀ ଗୃହକର୍ତା କନକଲତା ଗତ ୨୫ତାରିଖ ଦିନ ନିଜ ଝିଅ ସହିତ ପୁରୀ ଧ୍ୟାମକୁ ଯାଇଥିଲେ । ଘରେ ପରିବାରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେହି ଦିନ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ ଓ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରି ଦସ୍ତା ବାକ୍ସରେ ଥିବା ନଗଦ ୮୫ହଜାର ଟଙ୍କା, ୩୦ଗ୍ରାମ ଓଜନର ୩ଟି ସୁନା ହାର,୩୫ଗ୍ରାମର ସୁନା ରାଣୀ ହାର, ୫୦ଗ୍ରାମ ଓଜନର ସୁନାହାର, ୪ଟି ସୁନା ମୁଦି, ୪ଟି ସୁନା ଶଙ୍ଖା,୩ହଳ ସୁନା କାନଫୁଲ ୩ଟି ସୁନା ମଙ୍ଗଳସୂତ୍ର, ରୁପା ମୁଦି ପାଉଁଜି ପଟି ସହିତ ଟିଭି ଓ ପାଣି ପମ୍ପ ଚୋରୀ କରି ନେଇଥିବା କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପ୍ରାୟ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମାମଲା ନଂ-୩୧୫/୨୦୨୬ ରୁଜୁ କରି ଏହି ଚୋରୀ ଘଟଣାର ତଦନ୍ତ ଚଳାଇଛି ।


Be the first to comment

Leave a Reply

Your email address will not be published.