ବିଧାୟକ ଗଣେଶ୍ୱର ବେହେରାଙ୍କ ବନ୍ୟାଞ୍ଚଳ ଗସ୍ତ, ଗୋଖାଦ୍ୟ, ବୋତଲ ପାଣି ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ ପାଖରେ ଦାବି.


କେନ୍ଦ୍ରାପଡା ୩୧/୭ : ବିଧାୟକ ଗଣେଶ୍ୱର ବେହେରା ଓ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାମାନେ ବ୍ରାହ୍ମଣୀ ନଦୀର ବନ୍ୟାପ୍ଲାବିତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ଓ ପେଣ୍ଠପାଳ ପଞ୍ଚାୟତ ଅଧିନସ୍ଥ ସିଂହଗାଁ, ନୂଆପାଟଣା, ବଡ଼ ରାଉଳିଆ, ଦାଣ୍ଡିସାହି ଓ ନା ୟାଡ଼ିଆ ଆଦି ଗସ୍ତକରି ଜଳବନ୍ଦୀ ଥିବା ଲୋକମାନଙ୍କର ସମସ୍ୟା ବିଷୟରେ ଅବଗତ ହେବା ସହ ଆଶୁ ସମାଧାନ ନିମନ୍ତେ ପତ୍ରଲେଖି ସ୍ୱତନ୍ତ୍ରରିଲିଫକମିଶନର ଓ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଲୋକେ ପରସ୍ପରଠାରୁ ବିଛିନ୍ନ ହୋଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ବଡ଼ ସମସ୍ୟା ହୋଇଛି ଯେହେତୁ ବିଦ୍ୟୁତ ଅଭାବରୁ ପାଇପ ଜଳ ଯୋଗାଣ ବ୍ୟାହତ ହୋଇଛି ଓ ନଳକୂପ ଗୁଡିକ ବନ୍ୟାରେ ବୁଡ଼ି ରହିଛି। ଗାଇ ଗୋରୁ ଛେଳି ଓ ମେଣ୍ଢା ଆଦି ଗୃହପାଳିତ ପଶୁମାନେ ବି ବିନା ଖାଦ୍ୟରେ ଅଛନ୍ତି। ତେଣୁ ଅନୁରୋଧ କରିଛନ୍ତି ଯେ ସମସ୍ୟାର ଗମ୍ଭୀରତା ହୃଦବୋଧ କରି ଅବିଳମ୍ବେ ବୋତଲ ପାଣି, ଗୋଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରନ୍ତୁ। କେବଳ ସିଂହଗାଁ ଓ ପେଣ୍ଠପାଳ ନୁହେଁ ସମସ୍ତ ବନ୍ୟା ପ୍ରଭାବିତ ଗାଁ ପାଇଁ ଏହା ଜରୁରି। ଜିଲ୍ଲାପାଳ ମଧ୍ୟ ନିଜେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବାରୁ ସେ ଏଥିନିମନ୍ତେ ନିଶ୍ଚୟ ସୁପାରିଶ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ବିଧାୟକଙ୍କ ସାଥିରେ ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ସମେତ ପରିଷଦ ସଭ୍ୟ ପ୍ରିୟଦର୍ଶିନୀ ତରାଇ, କାଙ୍ଗାଳି ସେଠୀ, ନିର୍ମଳ ଜେନା, ସମିତି ସଭ୍ୟ ଅଭୟ ସ୍ୱାଇଁ, ପୂର୍ବତନ ସରପଞ୍ଚ କୈଳାସ ସେଠୀ, ବଣ୍ଟି ପ୍ରଧାନ, ନିରଞ୍ଜନ ସୁନ୍ଦର ରାୟ, ରାକେଶ ବେହେରା, ସମ୍ବିତ ଶ୍ରୀଚନ୍ଦନ, ରଞ୍ଜନ କୁମାର ସାହୁ, ଅଶୋକ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଦୀପକ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସଞ୍ଜୟ କୁମାର ବେହେରା, ଦିବ୍ୟସିଂହ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।