

ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି । ସହର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ମାଙ୍କଡ଼ ଉପଦ୍ରବ ଦେଖିବାକୁ ମିଳୁଛି । ବିଶେଷ କରି ୨୦ନଂ ୱାର୍ଡରେ ସ୍ଥିତି ଅଧିକ ସଂଗୀନ ହୋଇଛି I ପ୍ରାୟତଃ ସକାଳ ଖରାବେଳେ ଦଳ ଦଳ ହୋଇ ମାଙ୍କଡ଼ମାନେ ଆସି ଚାଷ ଜମି ଠାରୁ ଆରମ୍ଭ ବାଡ଼ି ବଗିଚାରେ ଥିବା ବିଭିନ୍ନ ପନି ପରିବା ଫଳ ଆଦି ଖାଇବା ସହିତ ବହୁ ଫସଲ ନଷ୍ଟ କରି ଦେଉଛନ୍ତି । ମାଙ୍କଡ଼ ମାନଙ୍କ କୁଦା କୁଦିରେ ବହୁ ଫସଲ ନଷ୍ଟ ହେଉଛି । ମାଙ୍କଡ଼ ମାନଙ୍କୁ ଘଉଡ଼ାଇବାକୁ ଯାଇ ଅନେକ ପଡି ଯାଇ ଖଣ୍ଡିଆ ଖାବରା ହେଉଥିବାବେଳେ ଅନେକଙ୍କୁ ମାଙ୍କଡ଼ କାମୁଡିବା ଫଳରେ ଆହତ ହୋଇ ଡାକ୍ତରଖାନା ଯାଉଛନ୍ତି । ପୁରୁଷ ଲୋକ ଠାରୁ ସ୍ତ୍ରୀ ଲୋକମାନେ ଲୁଗା ଶୁଖାଇବା ପାଇଁ ଘର ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ଼ ମାନେ ଗୋଡ଼ଉ ଥିବା ଏବଂ ବେଳେ ଆକ୍ରମଣ କରି ଆହତ କରୁଥିବା ଦେଖାଯାଉଛି । ବଣୁଆ ମାଙ୍କଡ଼ମାନେ ଘରେ । ପଶି ବିଭିନ୍ନ ଖାଦ୍ୟ ସାମଗ୍ରୀ ଖାଇବା ସହିତ କଚା ଘର ଭାଙ୍ଗି ଦେଉଛନ୍ତି । ମାଙ୍କଡ଼ ଉପଦ୍ରଵ ଯୋଗୁଁ ସ୍କୁଲ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ଦେବ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ମାଙ୍କଡ଼ ଉପଦ୍ରଵ ରୋକିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜନଗର ବନ ବିଭାଗ ପଦକ୍ଷେପ ନେବାକୁ ନିର୍ଦେଶ ଦେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ପ୍ରାକ୍ତନ ସଭାପତି ସୁନାମଣି ଦାଶ ପତ୍ର ଲେଖି ଅନୁରୋଧ କରିଛନ୍ତି .

Leave a Reply