ଓକା ଓ ମୁର୍ଚ୍ଛନା ପକ୍ଷରୁ ଜାତୀୟ ସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ



କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଓକା ଆଇଡଲ୍ ଅନ୍ ଲାଇନ୍ ପ୍ରତିଯୋଗୀତାରେ ୩୨୦ ଜଣ ପ୍ରତିଭା ଭାଗ ନେଇଥିଲେ। ପ୍ରତିଯୋଗିତାଟି ୪ଟି ପର୍ଯ୍ୟାୟରେ ହୋଇଥିଲା। ସେଥି ମଧ୍ୟରୁ ଜୁନିଅର୍ ଓ ସିନିୟର୍ ବିଭାଗରୁ ଗୀତ,ନୃତ୍ୟ,କବିତା ଆବୃତ୍ତି, ଅଭିନୟ, ଯୁଡୋ, କରାଟେ ଚିତ୍ରାଙ୍କନ ଓ ବାଦ୍ୟଯନ୍ତ୍ର ବିଭାଗରୁ ଟପ୍ ଟେନରେ ରହିଥିବା କୃତି ପ୍ରତିଯୋଗୀମାନଙ୍କୁ ଓକା ଆଇଡଲ୍ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଓକା ଆଇଡଲ୍ ପ୍ରତିଯୋଗୀତାର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ମୁଖ୍ୟଅତିଥି ଭାବେ କଳିଙ୍ଗ ଭାରତୀ ପ୍ରତିଷ୍ଠାନ, ନୂଆଦିଲ୍ଲୀର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅତିରିକ୍ତ ଶାସନସଚିବ ତଥା ଅଭିନେତା ଭରତ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଅଭୟ କୁମାର ଦାସ, ବିଶିଷ୍ଟବକ୍ତା ଭାବେ ବ୍ୟଙ୍ଗ କବି ସମ୍ପଦ କୁମାର ରଥ ପ୍ରମୁଖ ଯୋଗଦେଇ ପ୍ରତିଭା ମାନଙ୍କୁ ମା’ କଟକଚଣ୍ଡି ସମ୍ମାନ ଓ ବାଇମୁଣ୍ଡି ସମ୍ମାନରେ ସମ୍ମାନୀତ କରିଥିଲେ। କଟକ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ପ୍ରଦୀପ କୁମାର ବିହାରୀ ଓ ବିଜୟ କେତନ ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ଗୀତିକାର ସୁଶାନ୍ତ କୁମାର ପରିଡ଼ା ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରଶ୍ମିତା ସାମନ୍ତ ସିଂହାର, ବବିନା ପଟ୍ଟନାୟକ,ଗାୟତ୍ରୀ ଗୀତାଞ୍ଜଳି ଦାସ, ପଦ୍ମାଳୟା ସାହୁ, ବନିତା ନାୟକ, ମୋନାଲିସା ମୁଦୁଲି ପ୍ରମୁଖ।


Be the first to comment

Leave a Reply

Your email address will not be published.