ପଟାମୁଣ୍ଡାଇରେ ଆନ୍ତର୍ଜାତିକ ଜରା ଦିବସ ପାଳିତ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

0
ବରିଷ୍ଠ ନାଗରିକ ମଞ୍ଚ ପଟାମୁଣ୍ଡାଇ ପରିସରରେ ସ୍ବାସ୍ଥ୍ଯ ପରୀକ୍ଷା ଶିବିର (1)


ପଟ୍ଟାମୁଣ୍ଡାଇ ୨/୧୦-ଆନ୍ତର୍ଜାତିକ ଜରା ଦିବସ ଅବସରରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସୌଜନ୍ୟରୁ ବରିଷ୍ଠ ନାଗରିକ ମଂଚ ଚିତ୍ତବିନୋଦନ ଗୃହ ପରିସରରେ ଏକ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବୃଦ୍ଧାବସ୍ଥାରେ ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ସୁବ୍ୟବସ୍ଥା ସ୍ୱରୂପ ଏହି ଶିବିରର ଆୟୋଜନ କରାଯାଇଥିଲା।ମଂଚର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟର ଡା. ସୌମ୍ୟରଂଜନ ମହାନ୍ତି ଉପସ୍ଥିତ ରହିଥିଲେ। ସିଏଚ୍‌ଓ ପ୍ରିୟଦର୍ଶନୀ ପରିଡ଼ା, ସଂଘମିତ୍ରା ସାହୁ, ସାନ୍ତନୁ ପ୍ରତାପ ଓ ଫାର୍ମାସିଷ୍ଟ ଦେବୀ ପ୍ରସାଦ ଦାଶ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଔଷଧ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ବିଶିଷ୍ଟ ସଦସ୍ୟ ଡ. କେଳୁଚରଣ ସ୍ୱାଇଁ, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ସଂପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ବରିଷ୍ଠ ରାଜନେତା ବିଜୟ କେତନ ସ୍ୱାଇଁ, ପ୍ରଫେସର ଦେବବ୍ରତ ପ୍ରଧାନ, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସଂପାଦକ ବିଜୟ ସାହୁ, ସାଂସ୍କୃତିକ ସମ୍ପାଦକ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିବା ସହ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାବନୀ ରାଉତ, ବିଜୟ ରାଉତ, ପ୍ରଦୀପ ପରିଡା, ଚତୁର୍ଭୁଜ ରାଉଳ, ଜଗନ୍ନାଥ ନାୟକ, ବୈଷ୍ଣବ ମଲ୍ଲିକ, ସୁଶାନ୍ତ ଦାଶ, ପ୍ରମୋଦ ନାୟକ, ସୁରେଶ ଚନ୍ଦ୍ର ଜେନା, ନୃସିଂହ ପ୍ରସାଦ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଶ୍ରୀଧର ରାଉତ, ବଂଶୀଧର ନାୟକ, ପ୍ରଫୁଲ୍ଲ ପ୍ରଧାନ, ବସନ୍ତ ପାତ୍ର, ବାସୁଦେବ ନାୟକ, ରାମ ଚନ୍ଦ୍ର ମିଶ୍ର ଓ ଧରଣୀଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *