ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର ମିଟିଂକୁ ଶୋଭାଯାତ୍ରାରେ ଆସିଲେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ


ପଟ୍ଟାମୁଣ୍ଡାଇ ୧୫/୧୦- ଆସନ୍ତାକାଲି ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନ ପାଇଁ ବିଭିନ୍ନ ଛାତ୍ର ସଂଗଠନ ସମର୍ôଥତ ପ୍ରାର୍ଥୀ ଜୋରଦାର ପ୍ରଚାର ଯୋଗୁଁ କଲେଜ ପରିସର ସରଗରମ ହୋଇପଡିଛି । ବୁଧବାର ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂ ପାଇଁ ବିଭିନ୍ନ ରାଜନୈତିକ ଦଳ ଶାସକ ଭାଜପା ସମର୍ôଥତ ଏବିଭିପି ବିରୋଧୀ ବିଜେଡି ସମର୍ôଥତ ଛାତ୍ରବିଜେଡି ଓ କଂଗ୍ରେସ ସମର୍ôଥତ ଛାତ୍ରକଂଗ୍ରେସ ପ୍ରାଥୀ ସଭାପତି ସମେତ ବିଭିନ୍ନ ପଦବୀ ପାଇଁ ଶୋଭାଯାତ୍ରାରେ ଆସି କଲେଜରେ ପହଂଚିବା ସହିତ ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂରେ ଯୋଗ ଦେଇ ନିଜ ନିଜର ଅଭିଭାଷଣରେ କଲେଜ ବିକାଶ ଓ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଭୋଟ ଭିକ୍ଷା କରିଥିଲେ ।
ବିଜେପି ସମାର୍ଥୀତ ଏବିଭିପି ସଭାପତି ପ୍ରାର୍ଥୀ ଅଭିଜିତ ଦାସ ସାଧାରଣ ସମ୍ପାଦକ ବିଶ୍ୱଜିତ ପ୍ରଧାନ ଶୋଭାଯାତ୍ରାରେ ଆସି କଲେଜରେ ପହଁଚି ଥିଲେ । ବିଜେପି ସମର୍ôଥତ ଏବିଭିପି ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ଭାଜପା ନେତା ମିଟୁ ମନୋଜ ନାୟକ ଶଶିକାନ୍ତ ସ୍ୱାଇଁ ରାଜକିଶୋର ସାହୁ,ଲକି ପାତ୍ର,ଆଡ଼ଭୋକେଟ ଶିଶିର ମଲିକ ରାକେଶ ସାହୁ ବିନୋଦ ଦାସ ରବୀନ୍ଦ୍ର ବିଶ୍ୱାଳ ପରେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଜେଡି ସମର୍ôଥତ ଛାତ୍ରବିଜେଡି ସଭାପତି ପ୍ରାର୍ଥୀ ରୁଦ୍ର ପ୍ରସାଦ ଦାସ ସାଧାରଣ ସମ୍ପାଦକ ଅର୍ପିତା ମଥାନଙ୍କ ସମେତ ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦୀତା କରୁଥିବା ଛାତ୍ର ବିଜେଡି ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି କଲେଜରେ ପହଁଚି ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂରେ ଯୋଗ ଦେଇଥିଲେ । ଛାତ୍ରବିଜେଡି ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ନଗର ଛାତ୍ରବିଜେଡି ସଭାପତି ଦେବାଶିଷ ନାୟକ କ୍ୟାମ୍ପସ ସଭାପତି ଅନମୋଲ ରାଉତ ଯୁବନେତା ପ୍ରଶାନ୍ତ ସାହୁ ଏମଡି ପପୁ ସମରେଶ ମହାନ୍ତି ସ୍ମୃତି ରଞ୍ଜନ ପାଢ଼ୀ, ନୟନ ଗିରି ପ୍ରମୁଖ ସାମିଲ ହୋଇ ପ୍ରଚାରକୁ ଜୋରଦାର କରିଥିଲେ । କଂଗ୍ରେସ ସମର୍ôଥତ ଛାତ୍ରକଂଗ୍ରେସ ସଭାପତି ପ୍ରାର୍ଥୀ ସୁମନ ମଲ୍ଲିକ ସମ୍ପାଦକ ପ୍ରିୟା ମଲ୍ଲିକଙ୍କ ଶୋଭାଯାତ୍ରାରେ ଆସି କଲେଜରେ ପହଂଚି ଥିଲେ । ଛାତ୍ର କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି ଜିଲ୍ଲା କଂଗ୍ରେସ ସଂଗଠନ ଉପସଭାପତି ସତ୍ୟପ୍ରିୟ ସାମଲଓ ତାଙ୍କୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ତପନ ପାତ୍ର ନଗର ଛାତ୍ର କଂଗ୍ରେସ ସଭାପତି ଦିବେଶ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତା ସହଯୋଗ କରୁଛନ୍ତି । ବୁଧବାର ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀଙ୍କ ପୌରହିତ୍ୟରେ କଲେଜ ପରିସରରେ ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ପ୍ରମୋଦ ସ୍ୱାଇଁ ଅଧ୍ୟାପକ ରଞ୍ଜନ ବେହୁରା ଅଧ୍ୟାପକ ଭାରତ ଭୂଷଣ ସାହୁ ଅଧ୍ୟାପକ ଅରବିନ୍ଦ ପାଣ୍ଡ୍ୱ ଯୋଗ ଦେଇ ଛାତ୍ର ସଂସଦ ନିର୍ବାଚନ ନିୟମାବଳୀ ଓ ସଠିକ ଭୋଟ ଦାନ ପଦ୍ଧତି ଉପରେ ଉପସ୍ଥିତ ପ୍ରାର୍ଥୀ ଓ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇ ଥିଲେ । ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଶାସକ ଦଳ ଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ କଲେଜ ସମସ୍ତ ପଦବୀ ହାସଲ କରିବା ପାଇଁ ଜୋରଦାର ଅଂଟା ଭିଡି ଥିବାରୁ କଲେଜ ବାତାବରଣ ସରଗରମ ହୋଇପଡିଛି । ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର ଓ ଆଦର୍ଶ ଥାନା ଆଇ ଆଇ ସି ମାନସ ମଲ୍ଲିକ ପୋଲିସ ବାହିନୀ ସହିତ ବାରମ୍ବାର ପଇଁତରା ମାରିବା ସହିତ ପୂର୍ଣ୍ଣ ସଜାଗ ରହିଛନ୍ତି । କୌଣସି ପରିସ୍ଥିତିରେ ଆଇନ ଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବ ନାହିଁ ବୋଲି ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି । ଗୁରୁବାର ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇ ଅପରାହ୍ନରେ ଫଳାଫଳ ଘୋଷଣା ହେବା ଆଶା କରାଯାଉଛି । ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଉପରେ ଜିଲ୍ଲାବାସୀ ବିଶେଷ କରି ପଟ୍ଟାମୁଣ୍ଡାଇବାସୀଙ୍କ ନଜର ରହିଛି ଓ ଛାତ୍ର ସଂସଦ ନିର୍ବାଚନରେ ହିଂସାକାଣ୍ଡ ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ କଲେଜ ମଦନପୁର ୟୁ କେ ମହାବୀର କଲେଜ ସାଇନ -ଏ – ଡ଼ାଏ ଘୋଷଣା କରାଯାଇ ନିର୍ବାଚନ ସ୍ଥଗିତ ରଖାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ଆଜି ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂ ଅଧକ୍ଷ ପ୍ରଫେସର ଗୌରୀ କୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ଓ ସେଥିରେ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଥିବା ସମସ୍ତ ୨୧ଜଣ ପ୍ରାର୍ଥୀ ଭାଗ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଆସନ୍ତାକାଲି ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହେବ ଓ ଏଥି ପାଇଁ କଲେଜ ପରିସର ସରଗରମ ହୋଇପଡିଛି ।
