ପଟ୍ଟାମୁଣ୍ଡାଇ :ଅଜଣା ଗାଡି ଧକ୍କାରେ ଯୁବକ ମୃତ

0
ଦୁର୍ଘଟଣା (1)


ପଟ୍ଟାମୁଣ୍ଡାଇ ତା ୧୫/୧୦- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୂନଡିହ ଛକ ଠାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି I ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ମହେନ୍ଦ୍ର ସାହୁଙ୍କ ପୁଅ ମହେଶ୍ୱର ସାହୁ (୩୧) ଆଜି ଅପରାହ୍ନରେ ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ମୋଟର ସାଇକେଲ ଯୋଗେ କଟକରୁ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ଚୂନଡିହ ଛକ ଠାରେ ଏକ ଅଜଣା ଗାଡି ଧକ୍କାରେ ତଳେ ପଡି ଯାଇଥିଲେ I ଏହା ଦେଖି ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ମୁମୁର୍ଷ ଅବସ୍ଥାରେ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ହସ୍ପିଟାଲ ନେଇଥିଲେ I ମାତ୍ର ସେଠାରେ ଥିବା ଡାକ୍ତର ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ I


Leave a Reply

Your email address will not be published. Required fields are marked *