ଭେଙ୍କଟେଶ୍ୱର ସ୍କୁଲରେ ଶିଶୁ ଦିବସ

0
df38f7b0-b88f-4b02-83bc-6d334a40bb87 (1)

ପଟ୍ଟାମୁଣ୍ଡାଇ ୧୪/୧୧-ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ଇଂରାଜୀ ମିଡିୟମ ସ୍କୁଲ ଭେଙ୍କଟେଶ୍ୱର ସ୍କୁଲରେ ଶିଶୁ ଦିବସ ସମାରୋହରେ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବରିଷ୍ଠ ଆଡଭୋକେଟ୍ ପ୍ରଦୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଶିକ୍ଷାବିତ୍ ଶ୍ରୀ ଚରଣ ନାୟକ ମୁଖ୍ୟବକ୍ତା ଓ ସ୍କୁଲର ନିର୍ଦ୍ଧେଶକ ଆଡଭୋକେଟ୍ ସଞ୍ଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଶର ଆଗାମୀ ଭବିଷ୍ୟତ ଶିଶୁମାନଙ୍କ ସାର୍ବିକ ବିକାଶ ଓ ପାରଦର୍ଶିତା ବୃଦ୍ଧି ପାଇଁ ଶିକ୍ଷକଶିକ୍ଷୟତ୍ରୀମାନେ ନିଷ୍ଠା ସହିତ କାର୍ଯ୍ୟ କରି ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ବଣୀମୟୀ ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସୁମନ ଶ୍ରୀୟା ନାୟକ ସ୍ୱାଗତ ଭାଷଣ ଓ ପ୍ରିୟଙ୍କା ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାକୁ ନମିତା ସୂତାର, ଯ୍ୟୋତ୍ନାରାଣୀ ନାୟକ, ସୌମ୍ୟ ରଞ୍ଜନ ପଣ୍ଡା , ରୀଙ୍କେଶ୍ୱରି ଦାସ ଓ ବିରସେନ ଜେନା ପରିଚାଳନା କରିଥିଲେ। ଆଶୁତୋଷ ପ୍ରଧାନ ଓ ପ୍ରିୟଦର୍ଶିନୀ ବାରିକ କୃତି ବିଦ୍ୟାର୍ଥୀମାନଙ୍କ ନାମ ଘୋଷଣା କରିବା ପରେ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ମୋନାଲିସା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବକୁ କଳ୍ପନା ଜେନା,ସୋନାଲିଶା ପରିଡ଼ା, ବିଷ୍ଣୁପ୍ରିୟା ମହାରଣା, ଭକ୍ତରଞ୍ଜନ ମହାନ୍ତି, ସୌମ୍ୟାସ୍ୱାତୀ ପ୍ରିୟଦର୍ଶିନୀ, ସୁପ୍ରିୟା ନନ୍ଦୀ, ସ୍ମୃତିପ୍ରଜ୍ଞା ନାୟକ, ସରିତା ସାହୁ, ବିଶ୍ୱଜିତ ପରିଡ଼ା, ରାଜଶ୍ରୀ ସାହୁ, ଅଞ୍ଜନା ବାରିକ ପରିଚାଳନା କରିଥିବା ବେଳେ ବ୍ୟୋମକେଶ ସାହୁ, ମନୋଜ କୁମାର ମଲ୍ଲିକ, ବିଶ୍ୱରଞ୍ଜନ ଦାଶ, ସ୍ୱପ୍ନା ପ୍ରିୟଦର୍ଶିନୀ ରାଉତ, ଆଶାଲତା ମଲିକ, ରଞ୍ଜିତ ପ୍ରଧାନ ପାର୍ବତୀ ବାରିକ ଅରୁନ୍ଧତୀ ଦାସ, ବାସନ୍ତୀ ମଲ୍ଲିକ,ଚମ୍ପକଲତା ନାୟକ ପରିଚାଳନାରେ ସହଯୋଗ କରିଥିଲେ।


Leave a Reply