
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ରାଜନଗରରେ ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ଯୁବନେତା ଧ୍ରୁବ ସାହୁ ବିପୁଳ ବିଜୟ ହାସଲ କରି ନିଜର ନିକଟମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କୁ ୧୮ ହଜାର ୨୪୧ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ପ୍ରଚଣ୍ଡ ବିଜେପି ଲହର ସତ୍ୱେ ଧ୍ରୁବ ଏକ ବିରାଟ ବ୍ୟବଧାନ ବିଜୟ ହାସଲ କରିବା ଉଲ୍ଲେଖନୀୟ ହୋଇଛି । ଏଥି ପାଇଁ ବିଜୟୀ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବର୍ତମାନର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ-ରାଜନଗର ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏ ବିଜୟ ପଟ୍ଟାମୁଣ୍ଡାଇ-ରାଜନଗରବାସୀଙ୍କର ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତାଙ୍କର ବିପୁଳ ବିଜୟ ପାଇଁ ତାଙ୍କୁ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।











