ବିଜେଡି ପରାଜୟର କାରଣ, ଜାଣିଶୁଣି ସର୍ଭେ ରିପୋର୍ଟ ଲୁଚାଉଥିଲେ କିଏ?


BBSR,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍‌ ଏହାର ମୁଖ୍ୟ କାରଣ ତ ଆଉ କିଏ କହୁଛି ଉଭୟ ପାଣ୍ଡିଆନ୍‌ ଏବଂ ନବୀନ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଏସବୁ ଭିତରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି । କୁହାଯାଉଛି, ବର୍ଷକ ତଳୁ ବିଜେଡି ନିର୍ବାଚନ ପରିଚାଳନା ନେଇ ଗ୍ରାଉଣ୍ଡରୁ ଏକ ଇଣ୍ଟରନାଲ ସର୍ଭେ କରିଥିଲା। କିପରି ପ୍ରାର୍ଥୀ ଚୟନ କରାଯିବ, କାହାକୁ ଟିକେଟ୍‌ ଦିଆଯିବ। ସେନେଇସର୍ଭେ କରାଯାଇଥିଲା। ଯେତେବେଳେ ରାଜ୍ୟରେ ଭାଜପା ସମର୍ଥନରେ ଏକ ଅଣ୍ଡର କରେଣ୍ଟ ଥିଲା,ସେତେବେଳେ ବିଜେଡି ସର୍ଭେ ରିପୋର୍ଟ କେମିତି ଓଲଟା ଦର୍ଶାଯାଉଥିଲା, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଓଡ଼ିଶାର ୧୪୭ ବିଧାନସଭା କ୍ଷେତ୍ର ଓ ୨୧ ଲୋକ ସଭା କ୍ଷେତ୍ରରେ ସର୍ଭେ କରାଯାଇଥିଲା। ଆଉ ପ୍ରତ୍ୟେକ ଥର ଏହାର ରିପୋର୍ଟ ପାଣ୍ଡିଆନ୍‌ଙ୍କ ନିକଟକୁ ଏହି ରିପୋର୍ଟ ଆସୁଥିଲା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ବିଜେଡି ୮୦ ରୁ ୮୫ ସିଟ ପାଇ ସାରିଛି ଏବଂ ଚତୁର୍ଥ ପର୍ଯ୍ୟାୟ ପରେ ଏହି ସଂଖ୍ୟା ୧୦୦ ରୁ ୧୧୦ ମଧ୍ୟରେ ରହିବ।


Next Post

NDA ବୈଠକରେ ଓଡ଼ିଶାକୁ ନେଇ ବଡ଼ ବୟାନ ଦେଲେ ମୋଦି, କହିଲେ……..

Fri Jun 7 , 2024
ନୂଆଦିଲ୍ଲୀ,୭।୬: ଶୁକ୍ରବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନି। ଏନଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ […]

KANIKA