ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରେ


ଗୁରୁ ଶିଷ୍ୟର ସମ୍ପର୍କ ଅତୁଟ, ଯଦି ଗୁରୁ ଠିକ୍‌ଭାବରେ ଛାତ୍ରକୁ ଗଢିତୋଳିଥିବ ସେ କେବେ ଗୁରୁନିନ୍ଦା କରିବନାହିଁ । ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରିବ ବୋଲି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପିଠ ୧୯୮୯ ମସିହା ପୁରାତନ ଛାତ୍ରୀଛାତ୍ରଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁମିଳନ ସମାରୋହ ଉପସ୍ଥିତ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଖବରଦାତା ଭାସ୍କର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ମହେଶ୍ୱର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ସେତେବେଳର ଗୁରୁଶିଷ୍ୟର ସମ୍ପର୍କ ଆଉ ଦେଖିବାକୁ ମିଳୁନାହିଁ ।ସେସମୟରେ ଶିକ୍ଷକଙ୍କୁ ଦେଖିଲେ ମନରେ ଶଙ୍କା କରୁଥିଲା ଛାତ୍ର , ଏବେ ଛାତ୍ରକୁ ଦେଖି ଶିକ୍ଷକ ଭୟଭିତ । ମଉଳି ଯାଉଛି ଶିକ୍ଷକ ଛାତ୍ରର ସମ୍ପର୍କ । ଦୁରେଇ ଦୁରେଇ ଯାଉଛି ଗୁରୁ ଶିଷ୍ୟର ସମ୍ପର୍କ । ସେଦିନ ପରି ଗୁରୁଙ୍କୁ ଭକ୍ତି କରୁନି ଛାତ୍ର ଆଉ ଛାତ୍ର ମଧ୍ୟ ଗୁରୁଙ୍କ ସ୍ନେହ ଶ୍ରଦ୍ଧାରୁ ବଂଚିତ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ସେତେ ବେଳେ ଏହି ସ୍କୁଲ ଛାଡି ଥିବା ଛାତ୍ରୀଛାତ୍ର ମାନେ ଏବେ ଜଣେଜଣେ ଭଲ ମଣିଷ ହୋଇଥିବାରୁ ଆମେ ଗର୍ବିତ ବୋଲି କହି ଭାବବିହୁଳ ହୋଇ ପଡିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ସାହିତ୍ୟିକ ସଚିନନ୍ଦନ ଦାସ, ପଂଚାନନ ଧଳ, ରାଜକିଶୋର ପଣ୍ଡା, ପ୍ରଫୁଲ୍ଲ ଶତପଥୀ, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ରାଉତ, ଚିତରଞନ ବାରିକ, ନିରଞ୍ଜନ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୮୯ ବ୍ୟାଚ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବକୁ ଭୁୟସୀ ପ୍ରଶଂସା କରିଥିଲେ । ପାରମ୍ବରେ ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଗୁରୁଙ୍କ ପାଦଧୋଇ ପାଦବନ୍ଦନା କରିଥିଲେ । ପରେ ପୁଷ୍ପଗୁଛ ସହିତ ଉପାୟନ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପୁରାତନ ଛାତ୍ରୀଛାତ୍ର ୩୬ ବର୍ଷ ତଳର ଅଭୁଲା ଅନୁଭୁତିକୁ ପ୍ରକାଶ କରିଥିଲେ । ପୁରାତନ ଛାତ୍ର ସୁକାନ୍ତ ରାଉତ ଧନ୍ୟବାଦ ଦେଇଥିଲେ । ମିରାପ୍ରିୟଦର୍ଶିନୀ ଦାସ, ଅଭିନ୍ନ ଦାସ, ସୁରେଶ ମଲିକ, ଭାଗ୍ୟ ଧର ନାୟକ, କୃଷ୍ଣ ଚନ୍ଦ୍ର ପାଣି ଅଜୟ ବାୟୀ, ଜଗନ୍ନାଥ ପାତ୍ର ପୁରାତନ ସମସ୍ତ ସହପାଠୀ ଏହାକୁ ପରିଚାଳନା କରିଥିଲେ ।


Next Post

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

Sat Jun 8 , 2024
ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚି ଥିବା ବେଳେ ଶୁକ୍ରବାର ୬୦/୭୦ରେ ବିକ୍ରି ହେଉଛି ।ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡ଼ିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ […]

KANIKA